କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳରେ ଏକ ବଡ ଧରଣର ଡକାୟତୀ ହୋଇଛି । ଗତ ରାତିରେ ମାରଣାସ୍ତ୍ର ଧରି ୮-୯ ଜଣ କୁର୍ଷୀ ଗାଁରେ ପସିଥିଲେ । ମୁହଁରେ କପଡା ବାନ୍ଧି ଥିବା ଏହି ଡକାୟତ ଗୋଷ୍ଠୀ ବିରଜୁ ସାହୁଙ୍କ ଘରେ ପସି ତାଙ୍କର ହାତଗୋଡ ବାନ୍ଧି ଦେଇଥିଲେ ।
ଏହାସହ ସେ ଓ ତାଙ୍କ ପତ୍ନୀଙ୍କୁ ମାରଣାସ୍ତ୍ର ଦେଖାଇ ଘରେ ଲୁଟ୍ କରିଥିଲେ । ଘରେ ଥିବା ଧାନ ଓ ମକା ବିକ୍ରି ଟଙ୍କା ନଗଦ ୬ ଲକ୍ଷ ସହ ପ୍ରାୟ ଅଢେଇ ଲକ୍ଷ ଟଙ୍କାର ସୁନା ଗହଣ ଲୁଟି ନେଇଛନ୍ତି । ପରେ ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/12/Screen-shot-2017-12-30-at-8.39.53-AM.png)