କୋଷାଗୁମୁଡ଼ା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ନବରଙ୍ଗପୁର ଏସପିଙ୍କ ବଡ଼ ବୟାନ । ସାମ୍ବାଦିକ ସମ୍ମିଳନୀରେ କହିଲେ, ଦୁଷ୍କର୍ମ ନୁହେଁ ଏକତରଫା ପ୍ରେମ ପାଇଁ ହୋଇଛି ହତ୍ୟାକାଣ୍ଡ

297

କନକ ବ୍ୟୁରୋ : ନବରଙ୍ଗପୁର କୋଷାଗୁମୁଡ଼ା ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ଏକ ବଡ଼ ବୟାନ ରଖିଛନ୍ତି ଏସ୍ପି । ଏକ ତରଫା ପ୍ରେମରୁ ହତ୍ୟାକାଣ୍ଡ ହୋଇଛି ଏବଂ ଦୁଷ୍କର୍ମ ହୋଇନଥିବା ପୋଷ୍ଟମର୍ଟମ୍ ରିପୋର୍ଟରୁ ସ୍ପଷ୍ଟ ହୋଇଛି ବୋଲି ସାମ୍ବିଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଏସ୍ପି ।

ଏହି ଘଟଣାରେ ଦୁଇ ଅଭିଯୁକ୍ତ ଖାଡ଼ି ଭତ୍ରା ଓ ବଳୀ ମାଝୀଙ୍କୁ ଗିରଫ କରାଯାଇଛି । ଘଟଣାରେ ଆଉ କିଛି ବ୍ୟକ୍ତିଙ୍କ ସଂପୃକ୍ତି ଥାଇପାରେ ବୋଲି ପୁଲିସ୍ ସନ୍ଦେହ କରୁଛି । ଯଦି ସେଭଳି କୌଣସି ସଂପୃକ୍ତି ଥାଏ ସେମାନଙ୍କ ବିରୋଧରେ ବି ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସାମ୍ମାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଏସ୍ପି ନୀତିନ କୁଶଲକର ।