କନକ ବ୍ୟୁରୋ : ନବରଙ୍ଗପୁର ଡାବୁ ଗାଁ ଥାନା ଆଇଆଇସି ସୁବାସ ରାୟଗୁରୁଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ମହଙ୍ଗା ପଡିଛି ଖାକିର ଦାଦାଗିରି । ନବରଙ୍ଗପୁର ଡାବୁ ଗାଁ ଥାନା ଆଇଆଇସି ସୁବାସ ରାୟଗୁରୁଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ହେଡକ୍ୱାର୍ଟରଙ୍କୁ ତାଙ୍କୁ ବଦଳି କରାଯାଇଛି । ଏହା ଉମରକୋଟ ଏସଡିପିଓ ସୂଚନା ଦେଇଛନ୍ତି ।
ଗତକାଲି ଦାଦାଗିରିର ସବୁ ସୀମା ଟପି ଯାଇଥିଲେ ଏହି ଥାନାଧିକାରୀ । ଜଣେ ଚାଷୀଙ୍କ ମକା ଚାଷ ହୋଇଥିବା ଜମିରେ ପୁଲିସ ଗାଡି ମଡାଇ ସମ୍ପୂର୍ଣ୍ଣ ନଷ୍ଟ କରିବା ପରେ ହତ୍ୟା ଧମକ ମଧ୍ୟ ଦେବାକୁ ପଛାଇ ନଥିଲେ ଏହି ପୁଲିସ୍ ବାବୁ । ଏଭଳି ଦବଙ୍ଗ ଗିରି ଦେଖାଇଥିଲେ ଡାବୁଗାଁର ଥାନା ଅଧିକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/08/Screen-shot-2017-08-05-at-5.05.32-PM.png)