ପେନସନ୍ ଲୋଭ ! ଶାଶୁଙ୍କ ମୃତଦେହ ଗୋଟିଏ କୋଠରୀରେ ୭ ଦିନ ବନ୍ଦ ରଖିଲା ବୋହୁ

ପେନସନ୍ ଲୋଭ ! ଶାଶୁଙ୍କ ମୃତଦେହ ଗୋଟିଏ କୋଠରୀରେ ୭ ଦିନ ବନ୍ଦ ରଖିଲା ବୋହୁ

କନକ ବ୍ୟୁରୋ : ପେନସନ ପାଇଁ ଶାଶୁଙ୍କ ମୃତଦେହ ଗୋଟିଏ କୋଠରୀରେ ବନ୍ଦ ରଖିଲା ବୋହୁ । ୭ ଦିନ ପରେ ଉଦ୍ଧାର ହେଲା ୮୨ ବର୍ଷୀୟା ବୃଦ୍ଧାଙ୍କ ମୃତଦେହ । ଘଟଣାକୁ ନେଇ ନବରଙ୍ଗପୁରରେ ଚାଞ୍ଚଲ୍ୟ ଖେଳିଯାଇଛି । ଉମରକୋଟ ଶିବାଜୀନଗରର ବୃଦ୍ଧା କୁସୁମ ନାୟକଙ୍କର ତିନି ପୁଅ । ବଡ଼ ପୁଅର କୌଣସି ରୋଜଗାର ନଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ କୁସୁମ ବଡ଼ ପୁଅ ପାଖରେ ରହୁଥିଲେ । ବଡ଼ ପୁଅର ଚଳିବା ପାଇଁ ପେନସନ ଟଙ୍କା ଦେଉଥିଲେ । ଅନ୍ୟ ଦୁଇ ପୁଅ ଡାକିଲେ ମଧ୍ୟ ସେମାନଙ୍କ ପାଖକୁ ଯାଉନଥିଲେ ।

ବଡ଼ ପୁଅ ଓ ବୋହୂ ବୃଦ୍ଧା ମା’ଙ୍କ ଯତ୍ନ ବି ନେଉଥିଲେ । ହେଲେ ବଡ଼ ପୁଅର ମୃତ୍ୟୁ ପରେ ବୋହୂ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲା । ପେନସନ୍ ପାଇଁ ବୃଦ୍ଧାଙ୍କୁ ଗୋଟିଏ କୋଠରୀରେ ବନ୍ଦ କରି ରଖିଥିଲେ । କିଛି ଦିନ ପରେ ଘର ଭିତରୁ ଦୁର୍ଗନ୍ଧ ବାହାରିଥିଲା । ଖବର ପାଇ ସାନ ପୁଅ ବୋହୂ ଆସି ପହଂଚିଥିଲେ ମଧ୍ୟ ଦେଖିବାକୁ ସୁଯୋଗ ଦେଇନଥିଲେ । ମଝିଆ ପୁଅ ବୋହୂ ଆସିବା ପରେ ଗାଁ ଲୋକଙ୍କ ଉପସ୍ଥିତିରେ ଘର ଖୋଲାଯାଇଥିଲା । ଉମରକୋଟ ପୋଲିସ ପହଂଚିବା ପରେ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ବୃଦ୍ଧାଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe