ନବଯୌବନ ଦର୍ଶନ ସମୟ ବଢିଲା। ରାତି ସାଢେ ୧୧ଟା ଯାଏଁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ନିଆଗଲା ନିଷ୍ପତି

Advertisment
ନବଯୌବନ ଦର୍ଶନ ସମୟ ବଢିଲା। ରାତି ସାଢେ ୧୧ଟା ଯାଏଁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ନିଆଗଲା ନିଷ୍ପତି

କନକ ବ୍ୟରୋ: ବଢିଲା ନବଯୌବନ ଦର୍ଶନ ଅବଧି । ସାଢେ ୪ଟା ପରିବର୍ତ୍ତେ ରାତି ସାଢେ ୧୧ଟା ଯାଏଁ ଶ୍ରୀବିଗ୍ରହଙ୍କ ନବଯୌବନ ବେଶ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।  ପୂର୍ବରୁ ଦିନ ସାଢେ ୪ଟା ଯାଏଁ ସମୟ ଧାର୍ଯ୍ୟ କରାଯାଇଥିଲା ତେବେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି ।  ଜ୍ୱରରେ ପିଡିତ ଶ୍ରୀଜିଉ ସମ୍ପ୍ରୁ୍ଣ୍ଣ ସୁସ୍ଥ ହେବାପରେ ଆଜି ନବଯୌବନ ଦର୍ଶନ । ଏଥିସହ ଶ୍ରୀବିଗ୍ରହଙ୍କ ନେତ୍ରୋତ୍ସବ ମଧ୍ୟ ଅନୁଷ୍ଠିତ ହେବ । ୧୫ ଦିନର ଅଣସର ପରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି ।

publive-image

ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭିତର କାଠରୁ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ପରିମାଣିକ ଦର୍ଶନ ସାଢେ ୨ଟାରୁ ସାଢେ ୩ଟା ଓ ସର୍ବସାଧାରଣ ଦର୍ଶନ ସାଢେ ୩ଟାରୁ ରାତି ସାଢେ ୧୧ଟା ପର୍ଯ୍ୟନ୍ତ ଚାଲିବ ବୋଲି ସ୍ଥିର ହୋଇଛି । ଗତକାଲି ତ୍ରୟୋଦଶ ତିଥିରେ ପୁରୀରେ ଶ୍ରୀଜିଉଙ୍କର ପଣାଲାଗି ଏବଂ ଖଳି ବିଜେ ନୀତି ଅନୁଷ୍ଠିତ ହୋଇଥିଲା । ଏଥିସହ ଦତ ମହାପାତ୍ର ସେବକମାନେ ଅଣସରପରେ ବନକଲାଗି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆଜି ମହାପ୍ରଭୁ ନବ ଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe