କନକ ବ୍ୟୁରୋ : କୋର୍ଟରେ ହାଜର ହେବା ପେର ଜେଲ ଗଲେ ଗୋପାଳ ଦାସ । ଆଜି ଝାରସୁଗୁଡା ଜେଏମଏଫସି କୋର୍ଟରେ ହାଜର କରାଇଛନ୍ତି କ୍ରାଇମବ୍ରାଞ୍ଚ । କଡାସୁରକ୍ଷା ବଳୟ ଭିତରେ ଗୁଜରାଟରୁ ଆସିବାପରେ ଗୋପାଳଙ୍କୁ ହାଜର କରାଯାଇଛି । ଏହା ପୂର୍ବରୁ ୫ ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ । ଆଜି ତୃତୀୟ ପାର୍ଯ୍ୟାୟ ରିମାଣ୍ଡ ଅବଧିର ଶେଷ ଦିନ ଥିଲା ।

Advertisment

ସେପଟେ, ଅଭିଯୁକ୍ତ ଗୋପାଳ ବାବଦରେ କ୍ରାଇମବ୍ରାଞ୍ଚ ଦିନକୁ ଦିନ ନୂଆ ନୂଆ ତଥ୍ୟର ସାମ୍ନା କରୁଛି । ଗୋପାଳ ସାର୍ପ ସୁଟର ଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି । ତେଣୁ ମନ୍ତ୍ରୀଙ୍କୁ ସଠିକ୍ ଗୁଳିମାଡ଼ କରି ଜୀବନ ନେଇଯାଇଥିଲା ଗୋପାଳ । ପୂର୍ବରୁ ପୁଲିସ ବିଭାଗରେ ଅନୁଷ୍ଟିତ ହୋଇଥିବା ବନ୍ଧୁକ ଚାଳନାରେ ସେ ଉତ୍ତମ ପ୍ରଦର୍ଶନ କରିଥିଲେ । ଗତବର୍ଷ ଡିସେମ୍ବର ମାସରେ ଜିଲ୍ଲା ପୁଲିସ ପକ୍ଷରୁ ତାଙ୍କୁ ଏ ନେଇ ପୁରସ୍କୃତ ମଧ୍ୟ କରାଯାଇଥିଲା । କ୍ରାଇମବ୍ରାଞ୍ଚ ଏସବୁ ଜାଣିବା ପରେ ଜିଲ୍ଲା ପୋଲିସକୁ ଏସବୁ ରେକର୍ଡ଼ ପ୍ରଦାନ କରିବାକୁ କହିଛି ।

ସୂଚନା ଅନୁସାରେ ଗତ ଡିସେମ୍ବର ମାସରେ ଜିଲ୍ଲା ପୋଲିସ ଅଫିସରଙ୍କ ବାର୍ଷିକ ପାଇରିଂ ରେଞ୍ଜ କୋର୍ସ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୋପାଳ ମଧ୍ୟ ଭାଗ ନେଇଥିଲା । ଏଥିରେ ରାଇଫଲ, ଲାଇଟ ମେସିନ୍ ଗନ୍, ଏକେ-୪୭ ଏବଂ ୯-ଏମଏମ ପିସ୍ତଲ ୫୦ରୁ ୧୦୦ ମିଟର ରେଂଜ ମଧ୍ୟରେ ଚାଳନା କରିଥିଲା । ଯେଉଥିରେ ସେ ସମସ୍ତ ପ୍ରକାରର ବନ୍ଧୁକରୁ ବ୍ଲୁ-ବଲ ଆଖି ପକାଇ ଗୁଳି ମାରୁଥିଲା ।

କରୋନା ମହାମାରୀ ପାଇଁ ୨୦୨୦-୨୧ରେ ବାର୍ଷିକ ଫାଇରିଂ ରେଞ୍ଜ କୋର୍ସ ଅନୁଷ୍ଠିତ ହୋଇନଥିଲେ ଗୋପାଳର ଦକ୍ଷତାକୁ ନେଇ ଜିଲ୍ଲା ପୋଲିସ ପକ୍ଷରୁ ପ୍ରଶଂସା କରାଯାଇଥିଲା । ତେଣୁ ଏଥିରୁ ସ୍ପଷ୍ଟ ଯେ, ଗୋପାଳ ଜଣେ ସାର୍ପ ସୁଟର ଥିଲା ବୋଲି କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଯେଉଁଦିନ ଗୋପାଳ ନବ ଦାସଙ୍କୁ ହତ୍ୟା କରିଥିଲା ସେଦିନ ସେ ନବଙ୍କ ଶରୀରଠାରୁ ମାତ୍ର ୬ଇଂଚ ଦୂରରେ ରହି ଗୁଳି ମାରିଥିଲା । ସୂଚନା ଅନୁସାରେ ଗୋପାଳକୁ ଜିଳ୍ଲା ପୁଲିସ ୨୦୧୩ରେ ବନ୍ଧୁକ ପ୍ରଦାନ କରିଥିଲା ।