ୱାଙ୍ଖଡେ ହଟିବା ପରେ ନବାବଙ୍କ ପ୍ରତିକ୍ରିୟା: କହିଲେ‘ଏଇ ତ ଆରମ୍ଭ ମାତ୍ର’

Advertisment
ୱାଙ୍ଖଡେ ହଟିବା ପରେ ନବାବଙ୍କ ପ୍ରତିକ୍ରିୟା: କହିଲେ‘ଏଇ ତ ଆରମ୍ଭ ମାତ୍ର’

କନକ ବ୍ୟୁରୋ: ଡ୍ରଗ୍ସ କେସରେ ଆରୟନ୍ ଗିରଫ ହେବା ପରେ ଏନସିବି ଆଂଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେକୁ ର୍ଟାର୍ଗେଟ କରିଆସୁଥିଲେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ । ଆଉ କହିଥିଲେ ବର୍ଷକ ଭିତରେ ୱାଙ୍ଖଡେଙ୍କ ଚାକିରି ରହିବ କି ନାହିଁ ସନ୍ଦେହ । ଶୁକ୍ରବାର ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାରୁ ୱାଙ୍ଖଡେଙ୍କୁ ହଟାଯିବା ପରେ ଖୁସିରେ ଫାଟିପଡୁଛନ୍ତି ନବାବ । କହିଛନ୍ତି’ ଇଏ ତ ଆରମ୍ଭ ମାତ୍ର ଆହୁରି ବହୁତ କିଛି ବାକି ଅଛି’ ।

ଟ୍ୱିଟ କରି ସେ ଲେଖିଛନ୍ତି, ଆର୍ୟନ୍‌ ଖାନ୍‌ଙ୍କ ମାମଲା ସମେତ ପାଞ୍ଚଟି ମାମଲାର ତଦନ୍ତରୁ ସମୀର ୱାଙ୍ଖେଡ଼େଙ୍କୁ ହଟାଇ ଦିଆଯାଇଛି। ତଦନ୍ତ ହେବା ପାଇଁ ସମୁଦାୟ ୨୬ଟି ମାମଲା ରହିଛି। ଇଏ ତ ଆରମ୍ଭ ମାତ୍ର… ବ୍ୟବସ୍ଥାକୁ ସୁଧାରିବା ପାଇଁ ଆହୁରି ଅନେକ କିଛି କରାଯିବ। ଆମେ ସେସବୁ କରିବୁ।

ସୂଚନା ମୁତାବକ, ଆରୟନ୍ ମାମଲା ସମେତ ସମୁଦାୟ ୬ଟି ମାମଲା ଏବେ ‘ଏନ୍‌ସିବି’ର ଦିଲ୍ଲୀ ଟିମ୍‌ ତଦନ୍ତ କରିବ। ମାମଲା ତଦନ୍ତ ସ୍ଥାନାନ୍ତରଣ ପ୍ରଶାସନିକ ନିଷ୍ପତ୍ତି ବୋଲି ‘ଏନ୍‌ସିବି’ କହିବା ସହ ସୂଚନା ଦେଇଛି ଯେ, ମାମଲାଗୁଡ଼ିକର ପୂର୍ବାପର ସଂହତି ବିଷୟରେ ଅଧିକ ତଦନ୍ତ ଲାଗି ଏ ଭଳି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe