ଆଜି ଚତୁର୍ଦ୍ଧାମୂରତିଙ୍କ ନବଯୌବନ ଦର୍ଶନ : ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା

Advertisment
ଆଜି ଚତୁର୍ଦ୍ଧାମୂରତିଙ୍କ ନବଯୌବନ ଦର୍ଶନ : ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା

Source:news.odishaenews.com

କନକ ବ୍ୟୁରୋ: ସ୍ନାନଯାତ୍ରା ପରଠାରୁ ଅଣସର ଘରେ ଥିବା ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ନବଯୌବନ ପ୍ରାପ୍ତି ହେବା ପାଇଁ ଅଣସର ପିଣ୍ଡିରେ ଚାଲିଥିବା ପ୍ରସ୍ତୁତି ପର୍ବରେ ଗତକାଲି ମହାପ୍ରଭୁଙ୍କୁ ବନକଲାଗି କରାଯାଇଛି। ଦତ୍ତ ମହାପାତ୍ର ସେବକମାନେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିଛନ୍ତି। କସ୍ତୁରୀ, କେଶର, ହରିତାଳ, ହିଂଗୁଳ ଆଦିର ମିଶ୍ରଣକୁ ଶ୍ରୀଅଙ୍ଗରେ ଲାଗି କରାଯାଇଛି। ଏଥିପାଇଁ ପୂର୍ବରୁ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବା ପାଇଁ ଶ୍ରୀମନ୍ଦିରକୁ ଖଡ଼ି ପ୍ରସାଦ ବିଜେ ହୋଇଥିଲା। ଶ୍ରୀଅଙ୍ଗରେ ଶ୍ରୀମୁଖ ହୋତା ଲାଗି ହେବା ପରେ ଏହା ଉପରେ ଖଡ଼ିପ୍ରସାଦ ଲାଗି କରାଯାଇଛି। ବିଳମ୍ବିତ ରାତିରେ ବଡଦେଉଳକୁ ଖଡି ବିଜେ ହେବା ପରେ ଶ୍ରୀମୁଖ ଶୃଙ୍ଗାର ଶୁଭାରମ୍ଭ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ବନକଲାଗି ନୀତି ସରିବା ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇଛନ୍ତି । ଆଜି ଭକ୍ତମାନେ ମହାପ୍ରଭୁଙ୍କୁ ନବଯୌବନ ବେଶରେ ଦର୍ଶନ କରିବେ। ପୂର୍ବରୁ ଜଗମୋହନ ମରାମତି ଯୋଗୁ ଭକ୍ତମାନେ ବାହାର କାଠରୁ ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ। ଏହା ମଧ୍ୟରେ ଜଗମୋହନ ମରାମତି କାର୍ଯ୍ୟ ସରିଥିବାରୁ ଚଳିତ ବର୍ଷ ଭକ୍ତମାନେ ମହାପ୍ରଭୁଙ୍କୁ ଭିତର କାଠରୁ ଦର୍ଶନ କରିବେ।

ଆଜି ନବଯୌବନ ଦର୍ଶନ ଥିବା ବେଳେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ପରିମାଣିକ ଦର୍ଶନ ରହିଥିବା ବେଳେ ୯ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ରହିଛି। କିନ୍ତୁ ନୀତି ବିଳମ୍ବିତ ହେଲେ ଦର୍ଶନ ବ୍ୟବସ୍ଥା ମଧ୍ୟ ବିଳମ୍ବ ହେବ ବୋଲି କୁହାଯାଉଛି। ପାରିମାଣିକ ଦର୍ଶନ ପାଇଁ ଟିକେଟ୍ ବ୍ୟବସ୍ଥା ହୋଇଥିବାବେଳେ ସାହାଣମେଲାରେ ଦେଢ଼ଘଣ୍ଟା ମହାପ୍ରଭୁଙ୍କୁ ଭକ୍ତମାନେ ମାଗଣାରେ ଦର୍ଶନ କରିବେ। ଏହି ସମସ୍ତ ଦର୍ଶନ ଭିତର କାଠରୁ ହେବ। ପୂର୍ବାହ୍ନ ୧୦ଟା ୩୦ ପରେ ଦର୍ଶନ ବନ୍ଦ ହୋଇ ଅନ୍ୟାନ୍ୟ ନୀତି ଆରମ୍ଭ ହେବ। ପୂର୍ବରୁ ଚକାରେ ବିଜେ କରିଥିବା ମହାପ୍ରଭୁ ଆଜି ସକାଳେ ଚକାରୁ ଓହ୍ଲାଇବେ।

ଏଣୁ ସକାଳୁ ଚକା ଅପସର ହେବା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ମଙ୍ଗଳ ଆଳତି ଓ ମଇଲମ ପରେ ଦଶାବତାର ଠାକୁରଙ୍କର ବାହୁଡ଼ା ବିଜେ ନୀତି ସକାଳ ଧାର୍ଯ୍ୟ ହୋଇଛି। ସର୍ବାଙ୍ଗ ସହ ନେତ୍ରୋତ୍ସବ ବନ୍ଦାପନା, ଯାତ୍ରାଙ୍ଗୀ ମହାସ୍ନାନ ସରିବା ପରେ ଅପରାହ୍ନ ୪ଟା ୧୦ରେ ରଥକୁ ଆଜ୍ଞାମାଳ ବିଜେ କରିବ। ମହାପ୍ରଭୁଙ୍କର ଏହି ଅନୁମତି ମିଳିବା ପରେ ତିନି ରଥ ରଥଖଳାରୁ ସିଂହଦ୍ଵାରରେ ଥିବା ରଥ ଚକଡ଼ାକୁ ଯିବ। ପରେ ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ଟାରେ ବାହୁଟକଣ୍ଟ ହେବା ସହ ମଧ୍ୟରାତ୍ରରୁ ସକାଳ ସାଢ଼େ ୫ଟା ପର୍ଯ୍ୟନ୍ତ ସେନାପଟା ଲାଗି ହେବ। ଅନ୍ୟପଟେ ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ନୀତି ରହିଥିବାରୁ ପହୁଡ଼ ହେବ ନାହିଁ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe