କନକ ବ୍ୟୁରୋ: ଟିକା ପାଇଁ ପୁଣି ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଆଜି ପୁଣିଥରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହିତ ୧୦ ଦିନ ପାଇଁ ୨୫ ଲକ୍ଷ କୋଭିସିଲ୍ଡ ଟିକା ଯୋଗାଇବାକୁ ଅନୁରୋଧ କରିଛନ୍ତି । ଏହାକଲେ ହିଁ ରାଜ୍ୟରେ ଟିକାକରଣ କାର୍ଯ୍ୟ ସୁରୁଖୁରରେ ଚାଲିପାରିବ ବୋଲି ମନ୍ତ୍ରୀ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ।
ରାଜ୍ୟରେ କୋଭିଡ୍ ଟିକାର ସ୍ୱଳ୍ପ ପରିମାଣ ଓ ଅନିୟମିତ ଯୋଗାଣ ଯୋଗୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ସୁଦ୍ଧା ରାଜ୍ୟକୁ ୫୦ ଲକ୍ଷ ୭୯ ହଜାର ୬୫୦ କୋଭିଡ୍ ଟିକା ଯୋଗାଇ ଦିଆଯାଇଛି । ତା ଭିତରୁ ୪୫ ଲକ୍ଷ ୪୨ ହଜାର ୮୭୦ ଡୋଜ୍ କୋଭିସିଲ୍ଡ ହୋଇଥିବାବେଳେ ବାକି ୫ ଲକ୍ଷ ୩୬ ହଜାର ୭୮୦ ହେଉଛି କୋଭାକ୍ସିନ ।ତେବେ ବର୍ତ୍ତମାନ ଟିକାକରଣ କେନ୍ଦ୍ରରେ କୋଭିସିଲ୍ଡ ଟିକା ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ଏହାସହିତ ରାଜ୍ୟରେ ପ୍ରତ୍ୟେକ ଦିନ ୩ ଲକ୍ଷ ଟିକାକରଣ କ୍ଷମତା ରହିଛି । ଟିକାର ଅଭାବ ଯୋଗୁଁ କିନ୍ତୁ ଟିକାଦାନ କେନ୍ଦ୍ରରେ ଯୋଜନା ମୁତାବକ ଟିକାକରଣ ହେଇପାରୁନାହିଁ । ତେଣୁ ତୁରନ୍ତ ୧୦ ଦିନ ପାଇଁ ୨୫ ଲକ୍ଷ କୋଭିସିଲ୍ଡ ଟିକା ଦେବାକୁ ନବ ଦାସ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠିଲେଖି ଜଣାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2020/04/Naba-Das.png)