କନକ ବ୍ୟୁରୋ : ବିଧାୟକ ପଦରୁ ଇସ୍ତଫା ଦେଲେ ନବ ଦାସ । ଆଜି ସେ ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଛନ୍ତି । ସେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେବା ପରେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ଟିକଟରେ ଝାରସୁଗୁଡା ନିର୍ବାଚନ ଲଢି ବିଜୟ ହୋଇଥିଲେ ନବ । ଗତ ୨୪ ତାରିଖରେ ନବଦାସ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସମର୍ଥକଙ୍କ ସହ ବିଜେଡ଼ିରେ ଯୋଗଦେଇ ଥିଲେ ନବ । କେବଳ ନବ ନୁହେଁ ବରଂ ୫ ବ୍ଲକ ଚେୟାରମାନ ଓ ୮ ଜିଲ୍ଳା ପରିଷଦ ସଭ୍ୟଙ୍କ ସହ ବିଜେଡିରେ ଯୋଗ ଦେଇଥିଲେ ନବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ଦାସଙ୍କୁ ବିଜେଡ଼ି ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/naba-das-1.jpg)