କନକ ବ୍ୟୁରୋ : ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ଆଜି କୋଟରେ ହାଜର ହେବେ । ଏଥିପାଇଁ ଗତକାଲି ବିଳମ୍ବିତ ରାତିରୁ ଚୌଦ୍ୱାର ଜେଲରୁ ଝାରସୁଗୁଡା ନିଆଯାଇଛି । ଆଜି ଝାରସୁଗୁଡା ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ହାଜର ହେବ ଗୋପାଳ । ଗତ ୧୩ ତାରିଖରେ ପୂର୍ବତନ ଏଏସଆଇ ଗୋପାଳକୁ ଝାରସୁଗୁଡା ଜେଏଏସଫି କୋର୍ଟରେ ହାଜର କରାଯାଇଥିଲା । ଏହା ପରେ ମାମଲା ଉପର କୋର୍ଟ ତଥା ଝାରସୁଗୁଡା ଜିଲ୍ଲା ଦୌରା ଜଜଙ୍କ କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ଜିଲ୍ଲାଜଜଙ୍କ କୋର୍ଟରେ ଗୋପାଳର ପ୍ରଥମ ହାଜିରା ହେବ ।
ନବ ଦାସ ହତ୍ୟାକାଣ୍ଡ ମାମଲା : ଝାରସୁଗୁଡା କୋର୍ଟରେ ଆଜି ହାଜର ହେବ ଗୋପାଳ ଦାସ
/kanak/media/post_attachments/wp-content/uploads/2023/07/ASI-Gopal-Das-fired-at-Naba-Das-to-kill.jpeg)