କନକ ବ୍ୟୁରୋ : ଝାରସୁଗୁଡା ଜେଏମଏଫସି କୋର୍ଟରେ ଗାପାଳ ଦାସ ହାଜର । କଡା ସୁରକ୍ଷା ବଳୟ ଭିତରେ ତାଙ୍କୁ କୋର୍ଟରେ ହାଜର କରାଯାଇଛି । ଗୁଜୁରାଟରୁ ଆସିବା ପରେ କ୍ରାଇମବ୍ରାଞ୍ଚ କୋର୍ଟରେ ହାଜର କରିଛି । ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧିର ଶେଷ ଦିନ ଥିଲା । ୫ଦିନିଆ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ନେଇଥିଲା । ଏଥିସହ ନାର୍କୋ ଟେଷ୍ଟ ରିପୋର୍ଟ କୋର୍ଟରେ ଦାଖଲ କରିବ କ୍ରାଇମବ୍ରାଞ୍ଚ । ତଦନ୍ତକାରୀ ସଂସ୍ଥା ପାଇଁ ନାର୍କୋ ଟେଷ୍ଟ ରିପୋର୍ଟ ସବୁଠାରୁ ବଡ ଭରସା ପାଲଟିଛି ।

Advertisment

ସୂଚନା ଅନୁସାରେ, ନାର୍କୋ ଟେଷ୍ଟ ବେଳେ ଗୋପାଳ ଯାହା ବୟାନ ଦେଇଛି ତାହା ଆଶ୍ଚର୍ଯ୍ୟ କଲାଭଳି । କୁହାଯାଉଛି, ମନ୍ତ୍ରୀଙ୍କ ଉପରେ ରାଗ ସୁଝାଇବା ପାଇଁ ଗୋପାଳ ସୁଯୋଗକୁ ଅପେକ୍ଷା କରିଥିଲା । ରାଗ କମିଯିବ ବୋଲି ସେ ଦୁଇମାସ ହେଲା ଔଷଧ ଖାଇନଥିଲା । ତେବେ ଏ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ବିଧିବଦ୍ଧ ଭାବେ କିଛି କୁହାଯାଇନାହିଁ । ତେବେ ଗୋପାଳ ଜଣେ ସାର୍ପସୁଟର ଥିବା ବେଳେ ଜିଲ୍ଲା ପୁଲିସର ବନ୍ଧୁକ ଚାଳନାରେ ଉତ୍ତମ ପଦର୍ଶନ କରିଥିଲା । ଏସର୍ମ୍ପକରେ ଝାରସୁଗୁଡା ପୁଲିସଠୁୁ ତଥ୍ୟ ମାଗିଛି କ୍ରାଇମବ୍ରାଞ୍ଚ ।