ଲୋକେ ଚାହିଁଲେ ନିଷ୍ପତି ନେବି ! ବିଧାୟକ ନବ ଦାସ ବିଜେଡିରେ ଯୋଗ ଦେବା ନେଇ ଆରମ୍ଭ ହେଲା ଚର୍ଚ୍ଚା

33

କନକ ବ୍ୟୁରୋ : ସମ୍ବଲପୁର ଇବ ନଦୀ ଉପରେ ନିର୍ମିତ ସପନେ-ରମ୍ପେଲା ସେତୁର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସେତୁର ଆପ୍ରୋଚ୍ ରୋଡକୁ ବି ଉଦଘାଟନ କରିଛନ୍ତି ନବୀନ ପଟ୍ଟନାୟକ । ରେଙ୍ଗାଳିରେ ୧୧୭ କୋଟି ୪୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଅଢେଇ କିଲୋମିଟର ସେତୁ । ସପନେ-ରମ୍ପେଲା ସେତୁ କାର୍ଯ୍ୟକ୍ଷମ ହେବା ଦ୍ୱାରା ସମ୍ବଲପୁର ଓ ଝାରସୁଗୁଡ଼ାର ବେଲପାହାଡ଼, ଲଖନପୁର ମଧ୍ୟରେ ଦୂରତା କମିଯିବ ।

ଅନ୍ୟପଟେ ଇବ ସେତୁ ଲୋକାର୍ପଣ ଉତ୍ସବରେ ସାମିଲ ହୋଇ ପୁଣି ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ଝାରସୁଗୁଡା ବିଧାୟକ ନବ କିଶୋର ଦାସ । ଝାରସୁଗୁଡାର ଉନ୍ନତି ପାଇଁ କାମ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି କଂଗ୍ରେସର ଏହି ବିଧାୟକ । ବିଜେଡିରେ ମିଶିବା ନେଇ ସାମ୍ବାଦିକ ପ୍ରଶ୍ନର ଉତରରେ ନବ ଦାସ କହିଛନ୍ତି, ଝାରସୁଗୁଡା ଜନସାଧାରଣ ଯାହା ଉପଦେଶ ଦେବେ ସେହି ହିସାବରେ ସେ କାମ କରିବେ ।