ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ବିଧାନସଭା ଅଚଳ । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ । ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବି

90

କନକ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ଅଧିବେଶନ ଭଳି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭରୁ ବିଧାନସଭାରେ ଦେଖିବାକୁ ମିଳିଛି ହଙ୍ଗାମା । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗ ଉଠାଇ ବିଧାନସଭାରେ ହଙ୍ଗାମା କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ନାରାବାଜି କରିଛନ୍ତି । ଉଭୟ ଦଳ ସଦସ୍ୟ ପ୍ରଶ୍ନକାଳ ଓ ଶୂନ୍ୟକାଳରେ ବିରୋଧୀ ସମାନ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରଛନ୍ତି ।

  • କମ୍ପିଲା ବିଧାନସଭା
  • ଗୃହରେ ନାରାବାଜି, ହୋହଲ୍ଲା

ଅପରାହ୍ନରେ ମଧ୍ୟ ଗୃହରେ ହଙ୍ଗାମା କରିଛନ୍ତି ବିରୋଧୀ । ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ୪୧ଦିନ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ, ହତ୍ୟାକାଣ୍ଡର କାରଣ, ସ୍ପଷ୍ଟ ନକରିବାକୁ ନେଇ ପ୍ରଶ୍ନ ଉଠାଇ ଗର୍ଜିଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀଙ୍କ ନିଜେ ଗୃହ ବିଭାଗ ଦାୟିତ୍ୱରେ ଥିବାରୁ ସେ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି ।

ବିଧାନସଭା ଅଚଳ ନେଇ ଶାସକ ଦଳ ବିରୋଧୀଙ୍କୁ ଟାର୍ଗେଟ କରିବା ପରେ ଜବାବ ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ।
ଅଭିଯୋଗ କରି କହିଛନ୍ତି, ସବୁ ଜାଣି ମୁଖ୍ୟମନ୍ତ୍ରୀ ଡ୍ରାମା କରୁଛନ୍ତି । ଯାହା କିଛି ଘଟିଛି, ସବୁ ତାଙ୍କ ସହମତିରେ ହେଉଛି । ସେହିପରି କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ତଦନ୍ତର ଗତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ମନ୍ତ୍ରୀଙ୍କ ହତ୍ୟା ପଛର କାରଣ ଖୋଜିବା ବଦଳରେ ସରକାର ଗୋପାଳ ପାଗଳ କି ନୁହେଁ, ସେ ନେଇ ତଦନ୍ତ କରୁଥିବା ଅଭିଯୋଗ କରିଛନ୍ତି ତାରା ।

ବିରୋଧୀଙ୍କ ହଙ୍ଗାମା ଭିତରେ, ଗୃହରେ ଉପସ୍ଥାପନ ହୋଇଛି ବିଭିନ୍ନ କମିଟିର ରିପୋର୍ଟ । ତେବେ ସ୍ୱାଭାବିକ ଭାବେ ଗୃହ ଚାଲି ନପାରିବାରୁ, ସୋମବାର ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।