ଡକ୍ଟର ହର୍ଷବର୍ଦ୍ଧନଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା: ସିବିନେଟ୍ ଓ ଟ୍ରୁନେଟ୍ ପଦ୍ଧତିରେ କରୋନା ପରୀକ୍ଷା ପାଇଁ ଆଇସିଏମଆରର ଅନୁମତି ଦାବି; ଗାଇଡଲାଇନ କୋହଳ କରିବାକୁ କହିଲେ ନବ ଦାସ

261

କନକ ବ୍ୟୁରୋ: କରୋନା ନମୁନା ପରୀକ୍ଷା ପାଇଁ ସିବିନେଟ୍ ଓ ଟ୍ରୁ-ନେଟ୍ ପଦ୍ଧତିକୁ ଅନୁମତି ଦେବା ପାଇଁ ଦାବି ଜଣାଇଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ । ଏପରିକି ଏ ସଂପର୍କିତ ଗାଇଡଲାଇନକୁ ଆଇସିଏମଆର କୋହଳ କରିବା ପାଇଁ ସେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛନ୍ତି । ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ବେଳେ ଏହି ଦାବି ଜଣାଇଛନ୍ତି ନବ ଦାସ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ରାଜ୍ୟରେ ଟିବି ରୋଗୀଙ୍କ ନମୁନା ପରୀକ୍ଷା ପାଇଁ ଏହି ପଦ୍ଧତି ବିଶେଷ ସହାୟକ ହେଉଛି । ଅଳ୍ପ ସମୟରେ ଅଧିକ ପରୀକ୍ଷା ପାଇଁ ଏହା ବିଶେଷ ସହାୟକ ହେବ । ସେପଟେ ଆରପିଟିସିଆର ବା ରିୟଲ ଟାଇମ ପିସିଆର ପଦ୍ଧତିରେ ନମୁନା ପରୀକ୍ଷା ବ୍ୟୟସାପେକ୍ଷ ହୋଇଥିବାରୁ ଏଥିରେ ଅଧିକରୁ ଅଧିକ ପରୀକ୍ଷା କରିବା ସମ୍ଭବ ହୋଇନପାରେ ।

କାରଣ ଆରପିଟିସିଆର ପଦ୍ଧତିରେ ନମୁନା ପରୀକ୍ଷା ପାଇଁ ସାଢେ ୪ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବିଶେଷଜ୍ଞ ଡାକ୍ତର କହିଛନ୍ତି । ତେବେ ରାପିଡ ଟେଷ୍ଟିଂକୁ ଆଇସିଏମଆର ଦୁଇଦିନ ପାଇଁ ବାତିଲ କରିଥିବାରୁ ସିବିନେଟ୍ ଓ ଟ୍ରୁ-ନେଟ୍ ପଦ୍ଧତିକୁ ଅନୁମତି ଦେବ ନା ନାହିଁ, ତା ଉପରେ ନଜର ରହିଛି ।