ନବଙ୍କ ହତ୍ୟା ଅଭିଯୁକ୍ତ ଗୋପାଳକୁ ମିଳିଛି ଥରେ ପଦୋନ୍ନତି । ଜାଣନ୍ତୁ ଚାକିରି କାଳରେ ମିଳିଛି କେତେ ଥର ପୁରସ୍କାର? ବିଧାନସଭାରେ ଉତ୍ତର ରଖିଲେ ଗୃହରାଷ୍ଟ୍ର ମନ୍ତ୍ରୀ ।

ନବଙ୍କ ହତ୍ୟା ଅଭିଯୁକ୍ତ ଗୋପାଳକୁ ମିଳିଛି ଥରେ ପଦୋନ୍ନତି । ଜାଣନ୍ତୁ ଚାକିରି କାଳରେ ମିଳିଛି କେତେ ଥର ପୁରସ୍କାର? ବିଧାନସଭାରେ ଉତ୍ତର ରଖିଲେ ଗୃହରାଷ୍ଟ୍ର ମନ୍ତ୍ରୀ ।

କନକ ବ୍ୟୁରୋ : ନବ ଦାସଙ୍କ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସଙ୍କୁ ଚାକିରି କାଳରେ ମିଳିଛି ଥରେ ପଦୋନ୍ନତି ଓ ଅନେକ ପୁରସ୍କାର । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ।

ସୁନ୍ଦରଗଡ ବିଧାୟକ କୁସୁସ ଟେଟେ ଗୋପାଳ ଦାସଙ୍କୁ ନେଇ ଗୃହରେ ପ୍ରଶ୍ନ କରିଥିଲେ ।ଗୋପାଳ ଦାସ ପୂର୍ବରୁ କେଉଁ ଥାନାରେ ନିଯୁକ୍ତି ପାଇଥିଲେ, ଓ ଚାକିରି କାଳ ଭିତରେ ଝାରସୁଗୁଡାରେ କେତେ ବର୍ଷ କାମ କରିଛନ୍ତି ଓ କେଉଁ ଥାନାରେ କାମ କରିଛନ୍ତି ।ଏପରିକି ଚାକିରି କାଳରେ ତାଙ୍କର କେତେ ଥର ପଦୋନ୍ନତି ହୋଇଛି ଓ ସଫଳ କାର୍ଯ୍ୟ ପାଇଁ କେଉଁ ମସିହାରେ କେଉଁ ପୁରସ୍କାର ପ୍ରଦାନ କରାଯାଇଛି । ଯାହାର ଉତ୍ତର ବିଧାନସଭାରେ ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ।

ଗୃହରେ ମନ୍ତ୍ରୀ କହିଛନ୍ତି, ୧୯୯୨ରେ ବ୍ରହ୍ମପୁରରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିଲେ ଗୋପାଳ । ୨୦୦୯ ମସିହାରେ ଏଏସଆଇ ପଦବୀକୁ ପଦୋନ୍ନତି ପାଇ ଝାରସୁଗୁଡା ଜିଲ୍ଲାରେ ନିଯୁକ୍ତି ପାଇବା ସହ ବିଭିନ୍ନ ଥାନା ଓ ଫାଣ୍ଡିରେ ୧୩ ବର୍ଷ କାର୍ଯ୍ୟ କରିଥିଲେ । ନିଜ ଚାକିରି କାଳ ଭିତରେ ସଫଳ କାର୍ଯ୍ୟ ପାଇଁ ଗୋପାଳ ୧୮ ଥର ଜିଏସ ମାର୍କ ପାଇଥିବା ବେଳେ ୯ ଥର ଅର୍ଥ ପୁରସ୍କାର ଓ ୧୮ ଥର ପ୍ରଶଂସା ପତ୍ର ପାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe