କନକ ବ୍ୟୁରୋ : ଅହମ୍ମଦାବାଦ ଯିବାବେଳେ ଝାରୁସୁଗୁଡା ଏୟାରପୋର୍ଟରେ କଏଦ ହୋଇଛି ନବ ଦାସଙ୍କ ହତ୍ୟାକାରୀ ବା ହତ୍ୟା ଅଭିଯୁକ୍ତଙ୍କ ହସର ଚିତ୍ର । ଗୋପାଳ ଦାସ ଜୋରରେ ହସୁଥିବାର ଚିତ୍ର ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି । ଖବରକାଗଜରେ ନିଜ ଫଟୋ ଦେଖି ଜୋରରେ ହସୁଛନ୍ତି ଗୋପାଳ । ଏ ହସ ଦେଖି ରହସ୍ୟ ଆହୁରି ବଢୁଛି ଓ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ଗୋପାଳ ମୁହଁରେ ଅନୁତାପର ଚିତ୍ର ନାହିଁ,ଆତ୍ମବିଶ୍ୱାସର ସହ ଏୟାରୋପୋର୍ଟରେ ସୋଫାରେ ବସିଛନ୍ତି ଗୋପାଳ । ପାଖରେ କେହି ନାହାନ୍ତି, ଘରେ ବସି ଚାହା ପିଇଲା ଭଳି ସୋଫାରେ ବସି ହସୁଛନ୍ତି ଗୋପାଳ । ଏ ଦୃଶ୍ୟ ଦେଖିଲେ ଗୋଟିଏ ପ୍ରଶ୍ନ ମନକୁ ଆସୁଛି ଯେ ଗୋପାଳ ଡ୍ରାମା କରୁଛନ୍ତି କି । ସିନ୍ ରିକ୍ରିଏସନ୍ ବେଳେ ମଧ୍ୟ ଗୋପାଳଙ୍କ ମୁହଁରେ ଅନୁସୋଚନା ନଥିଲା । ଗତକାଲି ଗୋପାଳଙ୍କର ରିମାଣ୍ଡ ଅବଧି ଆହୁରି ୫ ଦିନ ବଢାଇଛନ୍ତି ଝାରସୁଗୁଡା ଜେଏମଏଫସି କୋର୍ଟ ।