କନକ ବ୍ୟୁରୋ: ନବଦାସଙ୍କୁ ଗୁଳିମାଡ ଘଟଣାରେ ଗୁଳିମାଡସ୍ଥଳରେ ପହଞ୍ଚିଲା ସାଇଣ୍ଟିଫିକ୍ ଟିମ୍ । ସେଠାରେ ଟିମର ସଦସ୍ୟ ବିଭିନ୍ନ ପ୍ରକାର ତଥ୍ୟ ସଂଗ୍ରହ କରୁଛନ୍ତି । ପୋଲିସ ମଧ୍ୟ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି।
ସେପଟେ ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଆପୋଲୋରେ ଭର୍ତ୍ତି କରାଯାଇଛି । ମେଡିକାଲ ପକ୍ଷରୁ ପ୍ରାଥମିକ ମେଡିକାଲ ପ୍ରେସ ରିଲିଜ ଜାରି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଇଛି । ଏସସିବି ଏବଂ କ୍ୟାପିଟାଲ ଡାକ୍ତରଖାନାର ଡାକ୍ତରମାନେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । ବିଭିନ୍ନ ବିଭାଗର ଡାକ୍ତର ଏଥିରେ ସାମିଲ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/34-11.jpg)