କନକ ବ୍ୟୁରୋ : ଭାରତ ଚୀନ୍ ସୀମା ବିବାଦକୁ ନେଇ ପ୍ରତିକ୍ରିୟା ରଖି ଚୀନକୁ ସମାଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଚୀନ୍ କମ୍ୟୁନିଷ୍ଟ ପାର୍ଟିକୁ ଟାର୍ଗେଟ କରିଛନ୍ତି ଟ୍ରମ୍ପ । କହିଛନ୍ତି ଭାରତ ଚୀନ୍ ସୀମା ବିବାଦ ସମେତ ଅନ୍ୟ ରାଷ୍ଟ୍ର ପ୍ରତି ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟ ରହିଛି । ଯାହା ଚୀନ୍ କମ୍ୟୁନିଷ୍ଟ ପାର୍ଟିର ପ୍ରକୃତ ଚେହେରାକୁ ପଦାରେ ପକାଇଛି । ଲଦାଖରେ ଭାରତ ଚୀନ୍ ସୀମା ବିବାଦ ଉପରେ ଆମେରିକା ନଜର ରଖିଛି ଏବଂ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଗୁରୁତ୍ୱ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହାସହ କେବଳ ଭାରତ ସୀମାରେ ପିଏଲଏର ଆକ୍ରମଣାତ୍ମକ ଆଭିମୁଖ୍ୟ ନୁହେଁ ବରଂ ଅନ୍ୟ ରାଷ୍ଟ୍ର ଗୁଡିକ ସହ ମଧ୍ୟ ଚୀନ୍ର ଏପରି ସ୍ୱଭାବ ଯୋଗୁଁ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ପ୍ରକୃତ ଚେହେରା ଜଣାପଡିଛି ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି ।
ପ୍ରାୟ ଦୁଇ ମାସ ହେଲା ଭାରତ ଚୀନ୍ ସୀମାରେ ଦୁଇ ଦେଶ ମଧ୍ୟ ଉତେଜନା ଲାଗିରହିଛି । ଜୁନ୍ ୧୫ରେ ଗଲୱାନ ଘାଟୀରେ ଉଭୟ ଦେଶରେ ସେନା ମୁହାଁମୁହିଁ ହୋଇଥିଲେ ।ଏଥିରେ ୨୦ଭାରତୀୟ ଯବାନ ସହିଦ ହେବା ପରେ ଉତେଜନା ବଢିବାରେ ଲାଗିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/24.jpg)