ଏନ-୯୫ ମାସ୍କ ବ୍ୟବାହାର ନ କରିବାକୁ କେନ୍ଦ୍ର ସରକାର କଲେ ସତର୍କ : ସବୁ ରାଜ୍ୟକୁ ଚିଠି, କହିଲେ; ଏଭଳି ମାସ୍କ ରୋକିପାରିବନି ଭୂତାଣୁ ବିସ୍ତାର ଓ ପିନ୍ଧିବାକୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଅଟେ କ୍ଷତିକାରକ

2,332

କନକ ବ୍ୟୁରୋ : ଏନ-୯୫ ମାସ୍କ ବ୍ୟବହାର ନ କରିବା ପାଇଁ କେନ୍ଦ୍ର ସରକାର  ଚେତାବନୀ ଦେଇଛନ୍ତି । ଏ ନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକୁ ଚିଠି ଲେଖିଛନ୍ତି । ଏଥିରେ କୁହାଯାଇଛି ଯେ, ଏହା ଜୀବାଣୁ ବିସ୍ତାରକୁ ରୋକିପାରିବ ନାହିଁ  ଓ ଏହାର ଧାରଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ କ୍ଷତିକାରକ ଅଟେ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ଏ ନେଇ ଚିଠିରେ କହିଛନ୍ତି, ବିଶେଷ ଭାବରେ ଏ ୯୫ ମାସ୍କର ଅନୁପଯୁକ୍ତ ବ୍ୟବହାର ରହିଛି । କାରଣ କରୋନା ସଂକ୍ରମଣକୁ ରୋକିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ପାଇଁ ଏହା କ୍ଷତିକାରକ କାରଣ ଏହା ଜୀବାଣୁ ରକ୍ଷା କରିବାରେ ରୋକିପାରିବ ନାହିଁ । ସରକାର ଏପ୍ରିଲରେ ମୁହଁ ଓ ପାଟି ପାଇଁ ଘରୋଇ ପ୍ରତିରକ୍ଷା କଭର ବ୍ୟବହାର ଉପରେ ଏକ ପରାମର୍ଶଦାତା ଜାରି କରି ଏହାକୁ ବ୍ୟବହାର ପାଇଁ କହିଥିଲେ ।

ବିଶେଷ କରି ଯେତେବେଳେ ଘରୁ ବାହାରକୁ ଯାଉଛନ୍ତି । ଏହିପରି ଚେହେରା କଭର ଗୁଡିକ ପ୍ରତିଦିନ ଧୋଇ ସଫା କରାଯିବା ଆବଶ୍ୟକ । ଏବଂ ମୁହଁକୁ ଘୋଡାଇବା ପାଇଁ ଯେକୌଣସି ସୂତା କପଡା ବ୍ୟବହାର କରାଯାଇପାରିବ ।ବ୍ୟବହାର କରୁଥିବା କପଡାକୁ ଗରମ ପାଣିରେ ପାଂଚ ମିନିଟ ଯାଏ ଫୁଟାଇବା ପରେ ଧୋଇକୁ ବ୍ୟବହାର ପାଇଁ କୁହାଯାଇଛି । ଏହା ସହ କେବେ ହେଲେ କାହାର ଫେସ ମାସ୍କ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି । ପରିବାରର ସମସ୍ତଙ୍କ ଅଲଗା ଅଲଗା ମାସ୍କ ରହିବା ଦରକାର ।