କନକବ୍ୟୁରୋ: ରାଜ୍ୟରେ ଦୁଇଟି ପର୍ଯ୍ୟାୟ ମତଦାନ ସରିଛି, ଆଉ ଦୁଇଟି ପର୍ଯ୍ୟାୟ ମତଦାନ ବାକି ରହିଛି । ନିର୍ବାଚନ ପାଇଁ ଜମୁଛି ପ୍ରଚାର । ଗାଁ ଗାଁ ରେ ସେଲିବ୍ରେଟିମାନେ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି । କେଉଁଠି ରୋଡ ସୋ ତ ଆଉ କେଉଁଠି ପଦଯାତ୍ରା କରି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି । ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଅଭିନେତା ତଥା ବିଜେପି ନେତା ସିଦ୍ଧାନ୍ତ ମହାପାତ୍ର ରୋଡ ସୋ ଏବଂ ପଦଯାତ୍ରା କରି ବିଜେପି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଭଦ୍ରକ ଜିଲ୍ଲାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଇଁ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ପ୍ରଚାର ।

Advertisment

ଚାନ୍ଦବାଲିରେ ବିଜେପି ପ୍ରାର୍ଥୀ ମନମୋହନ ସାମଲଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେଡି ଛାଡି ବିଜେପିରେ ମିଶିଥିବା ଅଭିନେତା ଅନୁଭବ ମହାନ୍ତି । ରାତିରେ ହଜାର ହଜାର କର୍ମୀଙ୍କ ନେଇ ରୋଡ ସୋ’ କରିଛନ୍ତି ମନମୋହନ ଓ ଅନୁଭବ ଅଭିନେତା ତଥା ବିଜେପି ନେତାଯାଜପୁର ଜିଲ୍ଳା ବଡଚଣା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାଥିୀ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରଚାର ଜମୁଛି । ନିଜର ସମର୍ଥକ ଓ ଛାମୁଆ ବିଜେଡି ନେତାଙ୍କ ସହ ବିଭିନ୍ନ ପଂଚାୟତ ଗସ୍ତ କରି ରୋଡ-ସୋ ମାଧ୍ୟମରେ ଭୋଟରଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି ଅଭିନେତ୍ରୀରୁ ନେତ୍ରୀ ପାଲଟିଥିବା ବର୍ଷା ପ୍ରିୟଦର୍ଶିନୀ । କଟକ ସାଲେପୁର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟଙ୍କ ନିଆରା ପ୍ରଚାର ।

ପାଗା ହାଟରେ ଚା ଖଟିରେ ବୁଲି ଲୋକଙ୍କ ସହ ଆଲୋଚନା କରିଛନ୍ତି ଅରିନ୍ଦମ । ଲୋକଙ୍କ ସହ ମିଶି ଚା ପିଇବା ସହ ଭୋଟ ଭିକ୍ଷା କରିଛନ୍ତି ଏହି ବିଜେପି ନେତା ତଥା ଅଭିନେତା । ହାଟରେ ପିଣ୍ଡିନଥିବାରୁ କ୍ଷୋଭ ପ୍ରକାଶ କରିବା ସହ ସମସ୍ୟାର ସମାଧାନ କରିବାକୁ ଲୋକଙ୍କୁ ପ୍ରତିଶୁତି ଦେଇଛନ୍ତି ଅରିନ୍ଦମ ।ବାଲେଶ୍ୱର ସଦର ବ୍ଲକ ହଳଦିପଦାରେ ବିଜେଡିର କର୍ମୀ ସମ୍ମୀଳନୀ ଓଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କ ପ୍ରଚାର ।

ଓଡିଆ ଟେଲିଭିଜନ ତାରକା ପ୍ରଜ୍ଞା ଖଟୁଆ, ଜିନା ସାମଲ, ଶୁଭାଶିଶ,ଏବଂ ଲିପ୍ସା ମିଶ୍ର, ବାଲେଶ୍ୱର ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଏବଂ ସଦର ବିଧାୟକ ପ୍ରାର୍ଥୀ ସ୍ୱରୁପ ଦାସଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ଯୋଡି ଶଂଖରେ ଭୋଟ ଦେବାକୁ ନିବେଦନ କରିଛନ୍ତି ଅଭିନେତା ଓ ଅଭିନେତ୍ରୀ । ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ଏବଂ ସଦର ବିଧାୟକ ପ୍ରର୍ଥୀ ସ୍ୱରୁପ ଦାସ ଯୋଗ ଦେଇ ନିଜ ସପକ୍ଷରେ ଭୋଟ ମାଗିଛନ୍ତି ।