କନକ ବ୍ୟୁରୋ: ଉତ୍ତରକୋରିଆ ଯୁଦ୍ଧକୁ ବିରୋଧ କରୁଛି । କିନ୍ତୁ ଯଦି ଦକ୍ଷିଣ କୋରିଆ ସାମରିକ ମୁକାବିଲା ଚାହୁଁଛି କିମ୍ବା ପ୍ରିମେଟିଭ୍ ଷ୍ଟ୍ରାଇକ୍ କରେ, ତେବେ ଉତ୍ତର କୋରିଆ ବାଧ୍ୟ ହୋଇ ପରମାଣୁ ଆକ୍ରମଣ କରିବ ଆଉ ପୁରା ଦକ୍ଷିଣ କୋରିଆକୁ ଧ୍ୱଂସ କରିଦେବ । ଏନେଇ ଉତ୍ତର କୋରିଆ ରାଷ୍ଟ୍ରମୁଖ୍ୟ କିମ୍ ଜଙ୍ଗ ଉନଙ୍କ ଭଉଣୀ କିମ ୟୋ ଜଙ୍ଗ୍ ।
ସରକାରରେ ବରିଷ୍ଠ ଅଧିକାରୀ ଥିବା କିମ୍ ୟୋ ଜଙ୍ଗ୍ କହିଛନ୍ତି ଯେ, ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀ ଉତ୍ତରକୋରିଆ ଉପରେ ଆକ୍ରମଣ କରିବାକୁ ଆଲୋଚନା କରିବା ହିଁ ସବୁଠୁ ବଡ ଭୁଲ ।
ସୂଚନା ମୁତାବକ, ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀ ସୁ-ଉକ ଶୁକ୍ରବାର କହିଥିଲେ, ତାଙ୍କ ଦେଶର ସେନା ପାଖରେ ଦୂରଗାମୀ ଟାର୍ଗେଟକୁ ମାଡ କରିବା ପାଇଁ ବିଭିନ୍ନ ପ୍ରକାର ମିସାଇଲ ଅଛି । ଏସବୁ ମିସାଇଲ ଉତ୍ତରକୋରିଆରେ ଟାର୍ଗେଟକୁ ତୁରନ୍ତ ଓ ସଠିକ୍ ଭାବେ ଧ୍ୱଂସ କରିବା ଦକ୍ଷତା ରହିଥିବା କହିଥିଲେ । ଏଭଳି ବୟାନକୁ କିମ୍ ନିନ୍ଦା କରିବା ସହ ଯଦି ଦକ୍ଷିଣ କୋରିଆ କୌଣସି ପ୍ରକାର ପ୍ରିମେଟିଭ ଷ୍ଟ୍ରାଇକ୍ ଭଳି ବପଜ୍ଜନକ ସାମରିକ କାର୍ଯ୍ୟାନୁଷ୍ଠାନ ନେଲେ ସେଓଲର ବିଭିନ୍ନ ଟାର୍ଗେଟକୁ ପିଙ୍ଗୟାଙ୍ଗ ଧ୍ୱଂସ କରିଦେବ ବୋଲି ଚେତାବନୀ ଦେଇଛନ୍ତି କିମ୍ ।