ସୁଧୁରୁନି ଉତରକୋରିଆ, ଲଗାତାର କରୁଛି ବାଲେଷ୍ଟିକ ମିସାଇଲ ପରୀକ୍ଷଣ । ସ୍ଥିତିକୁ ଦେଖି ଜାପାନରେ ହାଇ-ହାର୍ଲଟ ଜାରି

173

କନକ ବ୍ୟୁରୋ : ଜାପାନରେ ହାଇଆର୍ଲଟ । ଉତରକୋରିଆ ବାଲେଷ୍ଟିକ ମିସାଇଲ ପରୀକ୍ଷଣ କରୁଥିବାରୁ ପୂରା ଦେଶକୁ ଆଲର୍ଟରେ ରଖିଛନ୍ତି ଜାପାନ ସରକାର । ଏମରଜେନ୍ସି ଆଲର୍ଟ ଜାରି କରି ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ତରୁନ୍ତ ଯିବା ପାଇଁ କୁହାଯାଇଛି । ଘଟଣାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛି ଜାପାନ । ବୁଧବାର ଦକ୍ଷିଣ କୋରିଆର ଜଳସୀମାକୁ ଭେଦ କରି ଉତରକୋରିଆ ୨୭ଟି ମିସାଇଲ ପରୀକ୍ଷଣ କରିଥିଲା । ଏହାର ଜବାବରେ ଦକ୍ଷିଣ କୋରିଆ ମଧ୍ୟ ୩ଟି ମିସାଇଲ ମାଡ କରିଥିବା ଜଣାପଡିଛି । ଦକ୍ଷିଣକୋରିଆ ଓ ଆମେରିକା ଉପରେ ବାରମ୍ବାର ପରମାଣୁ ଆକ୍ରମଣ କରିବା ନେଇ ଧମକ ଦେଉଛି ଉତରକୋରିଆ । ଏହା ଭିତରେ ମିସାଇଲ ମାଡ କରି ଉଭୟ ଦେଶକୁ ଉସକାଇବା ଭଳି କାମ କରିଛି ଉତରକୋରିଆ । ନିକଟରେ ଦକ୍ଷିଣକୋରିଆ ଓ ଆମେରିକା ମିଳିତ ସମରଭ୍ୟାସ କରିଥିଲେ । ଯାହାକୁ ନେଇ ଉତରକୋରିଆ ଚିହିଁକିବା ସହ ପରମାଣୁ ଆକ୍ରମଣ ଧମକ ଦେଉଛି । ସମରଭ୍ୟାସକୁ ବିରୋଧ କରି ଉତରକୋରିଆ ଏଭଳି ମିସାଇଲ ମାଡ କରୁଥିବା କୁହାଯାଉଛି । ସେପଟେ ପୂରା ଘଟଣାକୁ ନେଇ ଉତର ରଖିଛି ଉତରକୋରିଆ ଓ କହିଛି ସମ୍ଭାବ୍ୟ ଆକ୍ରମଣକୁ ପ୍ରତିହିତ କରିବା ପାଇଁ ଏହା ହେଉଛି କେବଳ ଏକ ଯୁଦ୍ଧାଭ୍ୟାସ ।