ଚର୍ଚ୍ଚାରେ ମୈନିପୁରୀ ଆସନ ,ଡିମ୍ପଲ ଯାଦବ ୯୫ହଜାର ଭୋଟରେ ଆଗୁଆ ।

176

କନକବ୍ୟୁରୋ: ୧୯୯୬ ମସିହାରୁ ମୈନିପୁର ଲୋକସଭା ଆସନରେ ସମାଜବାଦୀ ପାର୍ଟି ବିଜୟୀ ହୋଇଆସୁଛି । ଏଥିସହ ମୈନିପୁର ଆସନକୁ ସମାଜବାଦୀ ପାର୍ଟିର ଗଡ କୁହାଯାଏ । ଲୋକସଭା ନିବାଚନ ୨୦୨୪ ରେ କିଏ ଜିତିବ ଗଡ । କିଏ ହାତେଇବ ଗଡ ଚାଲିଛି ଗଣନା ଏଥିସହ ଉତ୍ତରପ୍ରଦେଶ ଚର୍ଚ୍ଚିତ ସିଟ ମୈନିପୁର ଆସନରେ ସମାଜବାଦୀ ପାର୍ଟି ଡିମ୍ଫଲ ଯାଦବ ୯୫ ହଜାର ଭୋଟରେ ଆଗୁଆ ରହିଥିବା ବେଳେ ବିଜେପି ପଛୁଆ ରହିଛି । ସମାଜବାଦୀ ପାର୍ଟି ତରଫରୁ ଡିମ୍ଫଲ ଯାଦବ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ତରଫରୁ ଜୟବୀର ସିଂ ପ୍ରାର୍ଥୀ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ଡିମ୍ଫଲ ଯାଦବ ଆଗୁଆ ରହିଛନ୍ତି ।