ଆନ୍ଧ୍ରପ୍ରଦେଶରେ ଟିଡିପିକୁ ବଡ ଝଟକା । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଚନ୍ଦ୍ରବାବୁ ନାଇଡୁ ।

Advertisment
ଆନ୍ଧ୍ରପ୍ରଦେଶରେ ଟିଡିପିକୁ ବଡ ଝଟକା । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଚନ୍ଦ୍ରବାବୁ ନାଇଡୁ ।

image courtesy - MyNation

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶରେ ଟିଡିପିକୁ ବଡ ଝଟକା । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଚନ୍ଦ୍ରବାବୁ ନାଇଡୁ । ୧୯ କୁରୁକ୍ଷେତ୍ରରେ ମୋଦିଙ୍କ ଦମ୍ ଆଗରେ ବିରୋଧୀଙ୍କ ସବୁ ରଣନୀତି ଫେଲ୍ ମାରିଛି । ଆନ୍ଧ୍ରପ୍ରଦେଶରେ ଟିଡିପିକୁ ମାତ୍ ଦେଇ ଅଧିକ ଆସନ ହାତେଇଛି ଭାରତୀୟ ଜନତା ପାର୍ଟି । ରାଜ୍ୟରେ ନିଜ ଦଳର ବିଫଳତା ପରେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଚନ୍ଦ୍ରବାବୁ ନାଇଡୁ ।

୨୦୧୯ ନିର୍ବାଚନ ଫଳାଫଳ ପରେ ସରଗରମ ହୋଇଛି ଜାତୀୟ ରାଜନୀତି । ଦେଶରେ ପୁଣି ଥରେ ମୋଦିଙ୍କ ମ୍ୟାଜିକ୍ ଦେଖିବାକୁ ମିଳିଛି । ୨୦୧୪ରେ ଆସିଥିବା ମୋଦି ଲହର, ୨୦୧୯ରେ ମୋଦି ସୁନାମିରେ ପରିଣତ ହୋଇଛି । ୩୫୦ ଲୋକସଭା ଆସନ ସହ ବର୍ତ୍ତମାନ ସମୟରେ ଆଗକୁ ବଢୁଛି ଭାରତୀୟ ଜନତା ପାର୍ଟି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe