ରହସ୍ୟ ବଢାଇଲା ମୋବାଇଲ ଫୋନ୍ । ରାଧେ ଘରୁ ମିଳିଥିବା ଫୋନ୍ ଅନ୍ୟ ଜଣେ ଛାତ୍ରୀଙ୍କର : ସୂତ୍ର

339

କନକ ବ୍ୟୁରୋ : ରାଧେ ଘରୁ ମିଳିଥିବା ମୋବାଇଲ କାହାର ଏନେଇ ବଢିଲା ରହସ୍ୟ । ମୋବାଇଲ ମମିତାଙ୍କର ହୋଇନଥିବା କହିଲେ ପରିବାର ଲୋକ । ଏସପି ଅଫିସରେ ଚିହ୍ନଟ ପରେ ମୋବାଇଲ ମମିତାଙ୍କର ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ପରିବାର ଲୋକ ।
ସୂଚନା ଅନୁଯାୟୀ, ଗୋବିନ୍ଦ ଡ୍ରାଇଭର ରାଧେ ଘରୁ ବାହାରିଥିବା ମୋବାଇଲ ଫୋନ୍ ଅନ୍ୟ ଜଣେ ଛାତ୍ରୀଙ୍କର ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ରାଧେ ଘରୁ ମିଳିଥିବା ଧଳା ବ୍ୟାଗରେ ଥିବା ମୋବାଇଲ ଫୋନକୁ ନେଇ ରହସ୍ୟ ବଢିବାରେ ଲାଗିଛି । କାରଣ ମୋବାଇଲଟି ମମିତାଙ୍କର ନୁହଁ ବୋଲି ଜଣାପଡିଛି । ତାହାହେଲେ ବଡ ପ୍ରଶ୍ନ ହେଉଛି ଏହି ମୋବାଇଲ ଫୋନଟି କାହାର । ଅନୁମାନ କରାଯାଉଛି ଏହି ମୋବାଇଲରେ ଲୁଚି ରହିଛି ବଡ ରହସ୍ୟ । ମୋବାଇଲରେ ଥିବା ତଥ୍ୟକୁ ସାମ୍ନାକୁ ଆଣିଲେ ଅନେକ ଗୁମର ଖୋଲି ପାରିବ ବୋଲି ଅନୁମାନ କରାଯାଉଛି ।
ରହସ୍ୟ ବଢାଇଲା ମୋବାଇଲ ଫୋନ୍
– ରାଧେ ଘରୁ ମିଳିଥିବା ଧଳା ବ୍ୟାଗ୍ ମମିତାଙ୍କର ନୁହେଁ
– ଏସ୍ପି ଅଫିସରେ ଚିହ୍ନଟ ପରେ ମମିତାଙ୍କର ନୁହେଁ କହିଲେ ପରିବାର
– ତାହା ହେଲେ ଏହି ଧଳା ବ୍ୟାଗଟି କାହାର?
– ବ୍ୟାଗ୍ରେ ଥିବା ମୋବାଇଲ ଫୋନଟି କାହାର?
– ମୋବାଇଲ୍ ଫୋନରେ ଲୁଚି ରହିଛି କି ବଡ ରହସ୍ୟ?
– ମୋବାଇଲଟି ଅନ୍ୟ ଜଣେ ଛାତ୍ରୀଙ୍କର ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା
– ମମିତା ମୃତ୍ୟୁ ସହ ସେହି ଛାତ୍ରୀଙ୍କର କ’ଣ ରହିଛି ସଂପର୍କ?
– ମୋବାଇଲ ଫୋନ୍ ତଥ୍ୟ ଆଧାରରେ ତଦନ୍ତ ପରିସରଭୁକ୍ତ ହେବେ କି ସେହି ଛାତ୍ରୀ?
– ଧଳା ବ୍ୟାଗ୍ ଓ ସେଥିରେ ଥିବା ମୋବାଇଲ ରାଧେ ଘରକୁ ଗଲା କେମିତି?
ଏଠାରେ ଆମେ କହିରଖୁଛୁ କି, ଗତ ଦୁଇଦିନ ତଳେ ଗୋବିନ୍ଦ ଡ୍ରାଇଭର ରାଧେ ଘରୁ ବ୍ୟାଗ୍, ଡ୍ରେସ୍, ନୂଆ ମୋବାଇଲ ଚାର୍ଜର ଏବଂ ମୋବାଇଲ ବାହାରିଥିଲା । ଯାହାକୁ ନେଇ ମମିତା ହତ୍ୟାକାଣ୍ଡର ରହସ୍ୟ ଆହୁରି ଜଟିଳ ହେବାରେ ଲାଗିଛି