କନକ ବ୍ୟୁରୋ: ସନ୍ଦେହଘେରରେ ଲୋକପ୍ରିୟ ଓଡ଼ିଆ ଡ଼ିଜେ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାରଙ୍କ ମୃତ୍ୟୁ । ଗତକାଲି ସନ୍ଧ୍ୟାରେ ଏହି ଲୋକପ୍ରିୟ ‘ଡିଜେ ଆଜେକ୍ସ’ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପରିବାର ଲୋକଙ୍କ ତରଫରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଶେଷ ଥର ପାଇଁ ୬ଟା ୩୦ ସମୟରେ ଅକ୍ଷୟ କୁମାର ପରିବାର ଲୋକଙ୍କ ସହ କଥା ହୋଇଥିବା ଜଣାପଡ଼ିଛି । ତେବେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ୁଥିବାବେଳେ ଏହାର ପ୍ରକୃତ କାରଣ କଣ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏସବୁ ଭିତରେ ଡ଼ିଜେ ଅକ୍ଷୟ କୁମାରଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିଛି । ପରିବାର ଲୋକେ ଅକ୍ଷୟଙ୍କ ମୃତ୍ୟୁ ପଛରେ ହତ୍ୟା ଅଭିଯୋଗ ଆଣିଛନ୍ତି ।
ଏସବୁ ଭିତରେ ସାମ୍ନାକୁ ଆସିଛି ଜଣେ ଯୁବତୀଙ୍କ ଫଟୋ । ସମ୍ପୃକ୍ତ ଯୁବତୀଙ୍କ ସହ ‘ଡିଜେ ଆଜେକ୍ସ’ ଅକ୍ଷୟ କୁମାର ନଜର ଆସିଛନ୍ତି । ଏକାଠି ଜନ୍ମ ଦିନ ପାଳନ କରାଯାଉଥିବା ଫଟୋରେ ଦେଖିବାକୁ ମିଳିଛି । ତେବେ ଏ ଯୁବତୀ ଜଣକ କିଏ ଓ ଅକ୍ଷୟଙ୍କ ସହ ତାଙ୍କ ସମ୍ପର୍କ କ’ଣ ତାହାକୁ ନେଇ ବଢ଼ିଛି ସନ୍ଦେହ । ସେହିପରି ମୋବାଇଲରେ ଯୁବତୀଙ୍କ ସହ ଚାଟ କରିଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/03/djx.jpg)