ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା : ଜିଆରପି ପୁଲିସ ପକ୍ଷରୁ ହତ୍ୟା ମାମଲା ରୁଜୁ । ସୁଇସାଇଡ୍ ନୋଟରେ ମୃତ୍ୟୁ ପୂର୍ବରୁ ନିଜ ମନକଥା ଲେଖିଛନ୍ତି ଆଦିତ୍ୟ । ଶେଷ ଲେଖାରେ ମା-ବାପା, ପତ୍ନୀ ଓ ବନ୍ଧୁକୁ ପକାଇଛନ୍ତି ମନେ । ମୃତ୍ୟୁ ପାଇଁ କାହାକୁ କରି ନାହାନ୍ତି ଦାୟୀ

Advertisment
ସମାଜସେବୀ ଆଦିତ୍ୟଦାସ ମୃତ୍ୟୁ ମାମଲା: ବନ୍ଧୁ ପପୁଙ୍କୁ ଅଢେଇ ଘଂଟା ଧରି ଜେରା; ଅନ୍ୟ ୩ ଜଣଙ୍କୁ କରାଯାଇଛି ପଚରାଉଚରା

କନକ ବ୍ୟୁରୋ : ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ନେଇ ଜିଆରପି ପୁଲିସ ପକ୍ଷରୁ ହତ୍ୟା ମାମଲା ରୁଜୁ କରାଯାଇଛି ।   ହତ୍ୟା ମାମଲା ରୁଜୁ କରି ଜିଆରପି ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଆଜି ଆଦିତ୍ୟଙ୍କ ଶବ ବ୍ୟବଚ୍ଚେଦ ରିପୋର୍ଟ ଆସିବାର ଅଛି । ରିପୋର୍ଟ ଆସିଲା ପରେ କେମିତି ହେଲା ମୃତ୍ୟୁ ତାହା ସ୍ପଷ୍ଟ ହୋଇପାରିବ ।

ସେହିପରି ଗୋଟିଏ ପଟେ ଆଦିତ୍ୟଙ୍କ ଆତ୍ମହତ୍ୟା ନୋଟ୍ ଆସିଥିବାବେଳେ ଅନ୍ୟପଟେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପିପୁଲସ ଫର ସେବାର ସ୍ୱେଛାସେବୀ । ଏନେଇ ଜିଆରପି ଥାନାରେ ଏତଲା ଦେଇଛନ୍ତି । ସେ ଆତ୍ମହତ୍ୟା କରି ନାହାଁନ୍ତି ତାଙ୍କୁ ହତ୍ୟା କରି ରେଳ ଧାରଣାରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗରେ ଦର୍ଶାଇଛନ୍ତି । ତେଣୁ ଏହାର ସଠିକ ତଦନ୍ତ କରି ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବାକୁ ଦାବି କରିଛନ୍ତି । ଗତ ମଙ୍ଗଳବାର ସୁନ୍ଦରପଦା ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ଆଦିତ୍ୟଙ୍କ ମୃତହେଦ ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe