ଗୁପ୍ତଚରୀଙ୍କ ଗୁମର: ଲିଙ୍କ୍ ପଠାଉଥିଲେ, ଓଟିପି ନେଇ ଅଭିଯୁକ୍ତଙ୍କ ଫୋନ୍ ହ୍ୟାକ୍ କରିଥିଲେ ରହସ୍ୟମୟୀ ।

ରହସ୍ୟମୟୀର ନୂଆ ରହସ୍ୟ

168

କନକ ବ୍ୟୁରୋ: ଫିଟୁଛି ଗୁପ୍ତଚରୀଙ୍କ ଗୁମର । ଦିନ ଯେତେ ଗଡୁଛି ସେତେ ଚାଞ୍ଚଲ୍ୟକର ଖୁଲାସା ହେଉଛି । ବାଲେଶ୍ୱର ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ନୂଆ ଖୁଲାସା କରିଛି କ୍ରାଇମବ୍ରାଞ୍ଚ । ଲିଙ୍କ୍ ପଠାଉଥିଲେ, ଓଟିପି ନେଇ ଫୋନକୁ ହ୍ୟାକ୍ କରିଥିଲେ ରହସ୍ୟମୟୀ ମହିଳା । ଅଭିଯୁକ୍ତଙ୍କୁ ନୂଆ ସିମ ବ୍ୟବହାର କରିବାକୁ କହିଥିଲେ ସେହି ରହସ୍ୟମୟୀ ମହିଳା । ଉକ୍ତ ସିମକୁ ପଠାଉଥିଲା ଏକ ଲିଙ୍କ୍ ଓ ପରେ ସେହି ଲିଙ୍କକୁ କ୍ଲିକ କରି ଅଭିଯୁକ୍ତଙ୍କୁ ଓଟିିପି ମାଗୁଥିଲେ ରହସ୍ୟମୟୀ ମହିଳା । ଲିଙ୍କ ପାଇବା ପରେ ମହିଳା ସବୁ କିଛି ନିୟନ୍ତ୍ରଣ କରୁଥିଲେ ବୋଲି ଖୁଲାସା କରିଛନ୍ତି କ୍ରାଇମବ୍ରାଞ୍ଚ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି, ପ୍ରାୟ ବର୍ଷେ ହେଲା ରହସ୍ୟମୟୀ ମହିଳାଙ୍କ ସ୍କାନରରେ ଥିଲେ ଅଭିଯୁକ୍ତ । ମୋବାଇଲରେ ସମସ୍ତଙ୍କ ଗତିବିଧି ଉପରେ ନଜର ରଖୁଥିଲେ ଏହି ରହସ୍ୟମୟୀ ମହିଳା ଜଣକ । ଆଉ ଏକ ଚାଞ୍ଚଲ୍ୟକର ଖୁଲାସା କରି କ୍ରାଇମବ୍ରାଞ୍ଚ ସୂଚନା ଦେଇଛନ୍ତି କି, ମହିଳା ଜଣକ ଆପ୍ ଜରିଆରେ ଭଏସ୍ ଚେଞ୍ଜ କରି ମଧ୍ୟ କଥା ହେଉଥିଲେ ।