ବହୁତ ରହସ୍ୟମୟ ଏହି ମନ୍ଦିର , ଭୋକ ହେଲେ ଦୁର୍ବଳ ହୋଇଯାଏ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି

259

କନକ ବ୍ୟୁରୋ : ସାରା ବିଶ୍ୱରେ ଭାରତ ହେଉଛି ଆସ୍ଥାର କେନ୍ଦ୍ରସ୍ଥଳୀ । ଭାରତରେ ଲକ୍ଷ ଲକ୍ଷ ମନ୍ଦିର ରହିଥିବା ବେଳେ କିଛି ଚମକ୍ରାରିତା ଓ ରହସ୍ୟମୟ ମନ୍ଦିର ବି ରହିଛି । ଭଗବାନ ଶ୍ରୀକୃଷ୍ଣଙ୍କର ଏମିତି ଏକ ମନ୍ଦିର ରହିଛି କେରଳର ଥିରୁଭାରାପୁ ଠାରେ । କୁହାଯାଏ କି ଏହା ୧୫ ଶହ ବର୍ଷର ଏକ ପ୍ରସିଦ୍ଧ ମନ୍ଦିର । ଆସନ୍ତୁ ଜାଣିବା ଏହି ମନ୍ଦିରର ରହସ୍ୟ ବାବଦରେ ।

ଭଗବାନ ଶ୍ରୀକୃଷ୍ଣଙ୍କର ମନ୍ଦିରକୁ ନେଇ ଅନେକ କିମ୍ବଦନ୍ତୀ ରହିଛି । କୁହାଯାଏ କି ପାଣ୍ଡବମାନେ ଯେତେବେଳେ ବନବାସରେ ଥିଲେ ସେତେବେଳେ ସେମାନେ ଭଗବାନ ଶ୍ରୀକୃଷ୍ଣଙ୍କର ପୂଜା କରିବା ସହ ଭୋଗ ଲଗାଉଥିଲେ । ପାଣ୍ଡବମାନଙ୍କର ବନବାସ ସମାପ୍ତ ହେବା ପରେ ସେମାନେ କେରଳର ଥିରୁଭାରାପୁ ଠାରେ ଶ୍ରୀକୃଷ୍ଣଙ୍କର ଏହି ମୂର୍ତ୍ତିକୁ ଛାଡି ଚାଲିଯାଇଥିଲେ । କାରଣ ଏଠିକାର ମାଛ ଧରାଳୀମାନେ ପାଣ୍ଡବ ମାନଙ୍କୁ ଏହି ମୂର୍ତ୍ତି ଛାଡିଯିବା ପାଇଁ ଅନୁରୋଧ କରିଥିଲେ । ଏହାପରେ ମାଛଧରାଳୀମାନେ ଶ୍ରୀକୃଷ୍ଣଙ୍କର ଏହି ମୂର୍ତ୍ତିକୁ ଗ୍ରାମ ଦେବତା ଭାବେ ପୂଜା କରିବା ଆରମ୍ଭ କରିଥିଲେ । ଏହାରି ମଧ୍ୟରେ ମାଛ ଧରାଳୀଙ୍କୁ ଏକ ବଡ ବିପଦ ପଡିଥିଲା । ଏନେଇ ଜଣେ ଜ୍ୟୋତିଷ କହିଥିଲେ କି ତୁମେମାନେ ଶ୍ରୀକୃଷ୍ଣଙ୍କୁ ଠିକ ଭାବେ ପୂଜା କରୁ ନଥିବାରୁ ତୁମ ଉପରେ ଏଭଳି ବିପଦ ପଡୁଛି । ଏହାପରେ ମାଛ ଧରାଳୀମାନେ ଭଗବାନଙ୍କ ମୂର୍ତ୍ତିକୁ ସମୁଦ୍ର ମଧ୍ୟରେ ଥିବା ଏକ ଦ୍ୱୀପରେ ବିଷର୍ଜନ କରିଦେଇଥିଲେ ।

କେରଳର ଜଣେ ଋଷି ବିଲ୍ୱମଙ୍ଗଳମ ସ୍ୱାମୀୟାର ଡଙ୍ଗା ସହାୟତାରେ ସମୁଦ୍ରରେ ଯାତ୍ରା କରୁଥିବା ବେଳେ ତାଙ୍କ ଡଙ୍ଗା ଗୋଟିଏ ସ୍ଥାନରେ ଅଟକି ଯାଇଥିଲା । ସବୁ ପ୍ରଚେଷ୍ଟା ପରେ ବି ଡଙ୍ଗାଟି ଆଗକୁ ଯାଉ ନଥିଲା । ଏହାପରେ ସେ ପାଣିରେ ବୁଡି ଏହାର ରହସ୍ୟ ଖୋଜୁଥିବା ବେଳେ ତାଙ୍କୁ ଏକ ମୂ ର୍ତ୍ତି ମିଳିଥିଲା । ଋଷି ଜଣଙ୍କ ସେହି ମୂର୍ତ୍ତିକୁ ଆଣି ଡଙ୍ଗାରେ ରଖିଥିଲେ । ଏହାପରେ କୂଳରେ ପହଂଚିବା ପରେ ଋଷି ଜଣଙ୍କ ଏକ ଗଛମୂଳରେ ମୂର୍ତ୍ତିକୁ ରଖି ବିଶ୍ରାମ ନେଇଥିଲେ । ସେବେଠାରୁ ସେଠାରେ ଋଷି ଜଣଙ୍କ ମୂର୍ତ୍ତିର ସ୍ଥାପନା କରିଥିଲେ । ମୂର୍ତ୍ତିରେ ରହିଥିବା ଭାବକୁ ଦେଖି ଋଷି ଅନୁମାନ କରିଥିଲେ କି ଏହା କଂସକୁ ବଦ୍ଧ କରିସାରିବା ପରେ ଭଗବାନ ଭୋକରେ ଥିବା ବେଳର ମୂର୍ତ୍ତି । ତେଣୁ ସେଠାରେ ଭଗବାନ ଶ୍ରୀକୃଷ୍ଣଙ୍କୁ ସବୁବେଳେ ଭୋଗ ଲଗାଯାଇଥାଏ ।

ଲୋକମାନେ କହନ୍ତି ଯେ ଏଠାରେ ଭଗବାନଙ୍କ ମୂର୍ତ୍ତି ଭୋକ ସହ୍ୟ କରିପାରନ୍ତି ନାହିଁ । ଏହି କାରଣରୁ ଏହି ମନ୍ଦିରରେ ଭୋଗର ବିଶେଷ ବ୍ୟବସ୍ଥା କରାଯାଇଥାଏ । ଏଠାରେ ଦୈନିକ ୧୦ ଥର ଭୋଗ ଲଗାଯାଇଥାଏ । ଯଦି କୌଣସି କାରଣରୁ ଭୋଗ ଲଗାଇବାରେ ଡେରି ହୁଏ ତେବେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ଦୁର୍ବଳ ହୋଇଯାଏ ବୋଲି ସ୍ଥାନୀୟ ଲୋକେ କହନ୍ତି । ଏହାସହ ସ୍ଥାନୀୟ ଲୋକମାନେ କହନ୍ତି କି ଏଠାରେ ଭୋଗ ଲଗାଇବାର କିଛି ସମୟ ମଧ୍ୟରେ ଭୋଗ କୁଆଡେ ଉଭାନ ହୋଇଯାଇଥାଏ ।

ପ୍ରଥମେ ସାଧାରଣ ମନ୍ଦିର ଭଳି ଗ୍ରହଣ ସମୟରେ ଏହି ମନ୍ଦିରକୁ ବନ୍ଦ ରଖାଯାଉଥିଲା । ହେଲେ ଗ୍ରହଣ ଶେଷ ହେବା ପରେ ଯେତେବେଳେ ମନ୍ଦିର ଖୋଲାଗଲା ସେତେବେଳେ ଦେଖିବାକୁ ମିଳିଲା ଯେ ମୂର୍ତ୍ତି ଦୁର୍ବଳ ହୋଇଯିବା ସହ ଶ୍ରୀକୃଷ୍ଣଙ୍କ ଅଣ୍ଟାରେ ଗୁନ୍ଥା ଯାଇଥିବା ମାଳ ତଳକୁ ଖସିପଡିଥିଲା । ଏହି ସୂଚନା ଆଦିଶଂକରାଚାର୍ଯ୍ୟଙ୍କ ନିକଟରେ ପହଂଚିବା ପରେ ସେ ନିଜେ ଏହାର ଅନୁସନ୍ଧାନ ପାଇଁ ପହଂଚିଥିଲେ । ସେଠାରେ ବାସ୍ତବରେ ଭଗବାନଙ୍କ ଏଭଳି ଲୀଳା ଦେଖି ଶଂକରାଚାର୍ଯ୍ୟ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ସେ ଗ୍ରହଣ ସମୟରେ ମନ୍ଦିର ଖୋଲିବାକୁ ପରାମର୍ଶ ଦେଇଥିଲେ ।