କଣ ରହିଛି ପଦ୍ମନାଭ ମନ୍ଦିରର ସପ୍ତମ ଦ୍ୱାରରେ , ସବୁ ଦ୍ୱାର ଖୋଲିବା ପରେ ସପ୍ତମ ଦ୍ୱାର ଖୋଲିବାକୁ କାହିଁକି ସାହାସ ଜୁଟାଇ ପାରୁନି ପ୍ରଶାସନ ?

166

କନକ ବ୍ୟୁରୋ : ଆଜିର ରହସ୍ୟ ଶୃଙ୍ଖଳାରେ ଆମେ ଆଲୋଚନା କରିବା ରହସ୍ୟମୟ ପଦ୍ମନାଭ ମନ୍ଦିର ବାବଦରେ । ଆପଣ ନିଶ୍ଚିନ୍ତ ଭାବେ ଏହି ମନ୍ଦିର ବାବଦରେ ଶୁଣିଥିବେ । ୨୦୧୧ ମସିହାରେ ଯେତେବେଳେ ଏହି ମନ୍ଦିରର ୬ ଟି ଦ୍ୱାର ଖୋଲାଯାଇଥିଲା ସେତେବେଳେ ସହସ୍ର କୋଟି ଟଙ୍କାର ସମ୍ପତ୍ତି ଥିବା ଦେଖିବାକୁ ମିଳିିଥିଲା । ହେଲେ ସପ୍ତମ ଦ୍ୱାର ଖୋଲିବାକୁ ନେଇ ସେତେବେଳେ ଅନେକ ବିବାଦ ଦେଖିବାକୁ ମିଳିଥିଲା । ଏଭଳି ଘଟଣା ଦେଖି ଉଚ୍ଚ ନ୍ୟାୟାଳୟ ଏହି ମାମଲାରେ ହସ୍ତକ୍ଷେପ କରି ସପ୍ତମ ଦ୍ୱାର ଖୋଲିବା ଉପରେ ରୋକ୍ ଲଗାଇଥିଲା । କୁହାଯାଉଛି କି ୬ ଟି ଦ୍ୱାର ଖୋଲିବା ପରେ ଯାହା ସମ୍ପତ୍ତି ମିଳିଛି ୭ମ ଦ୍ୱାର ଖୋଲିଲେ ତା ଠାରୁ ଅଧିକ ସମ୍ପତ୍ତି ମିଳିବ ବୋଲି ଆଶା କରାଯାଉଛି । ଅନ୍ୟ କିଛି ଲୋକଙ୍କ ବିଶ୍ୱାସ ରହିଛି କି ସପ୍ତମ ଦ୍ୱାର ଖୋଲିଲେ ମାନବ ସମାଜର ଅନେକ ଅନିଷ୍ଟ ହେବ ।

ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଏହି ମନ୍ଦିର ଥିରୁଅନନ୍ତପୁରମ୍ ଠାରେ ଅବସ୍ଥିତ । ଏହି ମନ୍ଦିରକୁ ତ୍ରାବଣକୋର ରାଜା ନିର୍ମାଣ କରିଥିଲେ । ସେ ତାଙ୍କର ସମସ୍ତ ସମ୍ପତ୍ତି ଭଗବାନ ବିଷ୍ଣୁଙ୍କୁ ସମର୍ପିତ କରିଥିଲେ । ୧୭୫୦ ଖ୍ରୀଷ୍ଟାବ୍ଦରେ ମହାରାଜ ମାତୋଡ ବର୍ମା ନିଜକୁ ଭଗବାନଙ୍କ ଦାସ ବୋଲି ଅବିହିତ କରିଥିଲେ ।  କୁହାଯାଏ କି ସେବେଠାରୁ ଏହି ମନ୍ଦିରର ଦେଖାରଖା ରାଜପରିବାର ତରଫରୁ କରାଯାଏ ।

ଯେତେବେଳେ ପଦ୍ମନାଭ ମନ୍ଦିରର ୬ ଟି ଦ୍ୱାର ଖୋଲାଯାଇଥିଲା ସେତେବେଳେ ପାଖା ପାଖି ୧ ଲକ୍ଷ ୩୨ ହଜାର କୋଟିର ସମ୍ପତ୍ତି ଭାରତ ସରକାରଙ୍କୁ ପ୍ରାପ୍ତ ହୋଇଥିଲା । ହେଲେ ସେତେବେଳେ ଏହି ମନ୍ଦିରର ସପ୍ତମ ଦ୍ୱାର ଖୋଲାଯାଇ ନଥିଲା । କୁହାଯାଏ କି ଏହି ଦ୍ୱାର ଏକ ଅଭିସପ୍ତ ଦ୍ୱାର, ଏହାକୁ ଏକ ସ୍ୱତନ୍ତ୍ର ମନ୍ତ୍ର ଦ୍ୱାରା ଖୋଲାଯାଇ ପାରିବ ।

ପଦ୍ମନାଭ ମନ୍ଦିରରେ ଥିବା ସପ୍ତମ ଦ୍ୱାରରେ ଏକ ସାପ ଆକାରର ଚିତ୍ର ରହିଛି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଯଦି ସପ୍ତମ ଦ୍ୱାର ଖୋଲାଯିବ ତେବେ ଅନେକ ଅଶୁଭ ଘଟଣା ଘଟିବ । କୁହାଯାଏ କି ଏକଦା ଜଣେ ଏହି ଦ୍ୱାର ଖୋଲିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଗୋଟିଏ ବିଷଧର ସାପ କାମୁଡିଥିଲା  କିଛି ଲୋକଙ୍କ ବିଶ୍ୱାସ ଯେ ସପ୍ତମ ଦ୍ୱାର ଭିତରେ ଥିବା ସମ୍ପତ୍ତିର ଦେଖାରଖା ସାପମାନେ କରିଥାନ୍ତି । ହେଲେ ସବୁଠାରୁ ବଡକଥା ଏହି ଦ୍ୱାରରେ କୌଣସି ପ୍ରକାରର ତାଲା ଲାଗିନାହିଁ ।