ବହୁତ ରହସ୍ୟମୟ ଏହି ମୈହାର ମାତା ମନ୍ଦିର, ଏଠି ଶହ ଶହ ବର୍ଷ ହେବ ମା’ଶାରଦାଙ୍କ ପୂଜା କରିବାକୁ ଆସନ୍ତି ଅଦୃଶ୍ୟ ଆଲ୍ଲା ଓ ଓଦଲ

123

କନକ ବ୍ୟୁରୋ : ଆଜିର ରହସ୍ୟରେ ଆମେ ଜାଣିବା ମାତା ମୈହର ମନ୍ଦିର ବାବଦରେ । କୁହାଯାଏ କି,ଏହି ମନ୍ଦିରକୁ ଆଜି ବି ଅଦୃଶ୍ୟ ଭାବେ ଆଲ୍ଲା ଓଦଲ ମା’ ଶାରଦାଙ୍କ ଆରତୀ କରିବାକୁ ଆସିଥାନ୍ତି । ହିନ୍ଦୁ ପୌରାଣିକ ଗ୍ରନ୍ଥ ମୁତାବକ ଦକ୍ଷ ପ୍ରଜାପତି ଏକ ମହାଯଜ୍ଞର ଆୟୋଜନ କରିଥିଲେ । ଏହି ମହାଯଜ୍ଞରେ ଦକ୍ଷ ପ୍ରଜାପତିଙ୍କ କନ୍ୟା ସତୀ ବି ସାମିଲ ହେବାକୁ ଚାହୁଁଥିଲେ । ଏହା ପୂର୍ବରୁ ମାତା ସତୀ ପିତାଙ୍କ ବିନା ଅନୁମତିରେ ଭଗବାନ ଶିବଙ୍କୁ ବିବାହ କରିଥିଲେ । ଏହି କାରଣରୁ ଦକ୍ଷ ପ୍ରଜାପତି ସତୀଙ୍କ ଉପରେ ଅସନ୍ତୁଷ୍ଟ ଥିଲେ । ଏହି କାରଣରୁ ଦକ୍ଷ ପ୍ରଜାପତି ମାତା ସତୀ ଓ ଭଗବାନ ଶିବଙ୍କୁ ଏହି ଯଜ୍ଞଙ୍କୁ ନିମନ୍ତ୍ରଣ କରି ନଥିଲେ । ହେଲେ ମାତା ସତୀ ଏହି ଯଜ୍ଞରେ ଯୋଗ ଦେବାକୁ ଶିବଙ୍କ ନିକଟରେ ଜିଦ୍ କରିଥିଲେ । ଯେତେବେଳେ ମାତା ସତୀ ଏହି ଯଜ୍ଞ ନିକଟରେ ପହଂଚିଥିଲେ ସେତେବେଳେ ତାଙ୍କୁ ଦେଖି ଦକ୍ଷ ପ୍ରଜାପତି କ୍ରୋଧିତ ହୋଇପଡିଥିଲେ । ପ୍ରଜାପତି ମାତା ସତୀଙ୍କୁ ଅନେକ ଅପମାନ କରିଥିଲେ । ଏହି ଅପମାନରେ ମାତା ସତୀ ଏତେ ଆହତ ହୋଇଥିଲେ କି ଶେଷରେ ଯଜ୍ଞକୁଣ୍ଡକୁ ଡେଇଁ ଆତ୍ମ ହତ୍ୟା କରିଥିଲେ ।

ଭଗବାନ ଶିବଙ୍କୁ ଏହି ଘଟଣା ଜଣାପଡିବା ପରେ ସେ ମାତା ସତୀଙ୍କ ଶରୀରକୁ ନେଇ ବିଳାପ କରିବା ସହ ବୁଲିବାକୁ ଲାଗିଲେ । ଏହାକୁ ଦେଖି ଭଗବାନ ବିଷ୍ଣୁ ମାତା ସତୀଙ୍କ ଶରୀରକୁ ସୁଦର୍ଶନ ଚକ୍ର ମାଧ୍ୟମରେ କାଟି ଦେଇଥିଲେ । ଏହାପରେ ମାତା ସତୀଙ୍କ ଶରୀରର ୫୧ ପ୍ରତିଶତ ଭାରତର ବିଭିନ୍ନ ପ୍ରାନ୍ତରରେ ବିଛାଡି ହୋଇ ପଡିଥିଲା । ଯେଉଁ ଯେଉଁ ଠାରେ ମାତା ସତୀଙ୍କ ଶରୀର ପଡିଥିଲା ସେଠାରେ ଶକ୍ତି ପୀଠ ନିର୍ମାଣ ହୋଇଥିଲା । ସେହି ୫୧ ଶକ୍ତିପୀଠ ମଧ୍ୟରୁ ମା’ ଶାରଦାଙ୍କ ଶକ୍ତିପୀଠ ଅନ୍ୟତମ । କୁହାଯାଏ କି ଏଠାରେ ମା ସତୀଙ୍କ ହାର ପଡିଥିଲା । ମା ଶାରଦାଙ୍କ ଏହି ପବିତ୍ର ଧାମ ମଧ୍ୟପ୍ରଦେଶର ତ୍ରିକୂଟ ଠାରେ ଅବସ୍ଥିତ ।

ଏହି ମନ୍ଦିରରେ ଏମିତି କିଛି ଚମକ୍ରାରିତା ରହିଛି ଯେଉଁଥି ପାଇଁ ଦେଶ ବିଦେଶରୁ ଅନେକ ଭକ୍ତ ମାତାଙ୍କ ଦର୍ଶନ ପାଇଁ ଏଠାକୁ ଆସିଥାନ୍ତି । ବିଶ୍ୱାସ କରାଯାଏ କି ଯେତେବେଳେ ମନ୍ଦିରର ପହଡ ପଡିଯାଏ ଓ ପୂଜାରୀମାନେ ପାହାଡ ସେପାଖକୁ ଚାଲିଯାନ୍ତି ସେତେବେଳେ ମନ୍ଦିର ଭିତରେ ଆଲ୍ଲା ଓ ଓଦଲ ଅଦୃଶ୍ୟ ଭାବେ ମାତାଙ୍କ ପୂଜା କରିବାକୁ ଆସିଥାନ୍ତି ।

ସକାଳେ ଯେତେବେଳେ ପୂଜାରୀ ମନ୍ଦିର ଖୋଲେ, ଦେଖିବାକୁ ପାଏ କି ମା’ଙ୍କ ପୂଜା ହୋଇସାରିଥାଏ । ଆଲ୍ଲା ଓ ଓଦଲା ମା ଶାରଦାଙ୍କ ପରମ ଭକ୍ତ ଥିଲେ । ସେମାନେ ଏହି ମନ୍ଦିରର ସନ୍ଧାନ କରି ଏଠାରେ ଦୀର୍ଘ ୧୨ ବର୍ଷ କାଳ ତପସ୍ୟା କରିଥିଲେ । ଏହି ତପସ୍ୟାରେ ମା’ ଅତ୍ୟନ୍ତ ଖୁସି ହୋଇ ସେମାନଙ୍କୁ ଅମର ବର ପ୍ରଦାନ କରିଥିଲେ ।