କନକ ବ୍ୟୁରୋ: ଶୈବପୀଠରେ ଶିବଲିଙ୍ଗକୁ ନେଇ ଅନେକ ଅଲୌକିକ କାହାଣୀ ରହିଥାଏ । ଏମିତି କିଛି ଆସ୍ଥା-ବିଶ୍ୱାସ ଭିତରେ ଏକ ଶିବଲିଙ୍ଗକୁ ନେଇ ଆସିଛି ଚମକ୍ରାରୀ କାହାଣୀ । ଭାରତର ଏମିତି ଏକ ଶୈବପୀଠ ରହିଛି ଯେଉଁଠି ଶିବଲିଙ୍ଗର ରଙ୍ଗ ଦିନକୁ ତିନିଥର ବଦଳିଥାଏ । ହଜାରେ ବର୍ଷ ତଳର ଏହି ଶିବଲିଙ୍ଗକୁ ନେଇ ଏଭଳି ଅଲୌକିକ କାହାଣୀ ସମସ୍ତଙ୍କ ମନରେ ଏକ ରୋମାଞ୍ଚ ଖେଳାଇଦେଇଛି । ତେବେ କାହିଁକି କେଉଁଠି ଏବଂ କେମିତି ଏହି ଶିବଲିଙ୍ଗର ରଙ୍ଗ ଦିନକୁ ତିନିଥର ବଦଳିଯାଏ ଆସନ୍ତୁ ଜାଣିବା ।
ରାଜସ୍ଥାନର ଧୋଳପୁରର ଚମ୍ବଲ ନଦୀ ନିକଟ ବିହଡୋସ୍ଥିତ ଅଚଳେଶ୍ୱର ଶିବମନ୍ଦିର । ଯେଉଁଠି ଦିନରେ ତିନିଥର ରଙ୍ଗ ବଦଳାଇଥାଏ ଶିବଲିଙ୍ଗ, ସହରର ପ୍ରାୟ ତିନି କିମି ଦୂର ଚମ୍ବଲର ବିହଡୋରେ ସ୍ଥାପିତ ମନ୍ଦିରର ପୁଜାରୀଙ୍କ କହିବା କଥା କି ଏଠାରେ ଶିବଲିଙ୍ଗ ସହ ଏଠାରେ ସ୍ଥିତ ତାଙ୍କ ଆଙ୍ଗୁଠି ବି ପୁଜା କରାଯାଏ ,ଏପରିକି ଏଠାରେ ଶିବଲିଙ୍ଗର ରଙ୍ଗ ସକାଳୁ ସମୟରେ ଲାଲ୍, ଦ୍ୱିପହର ସମୟରେ କେଶରିଆ ଓ ରାତିରେ ଶାମଳ ରଙ୍ଗରେ ଆପଣା ଛାଏଁ ବଦଳିଯାଏ ।
ଏହି ମନ୍ଦିର ହଜାର ବର୍ଷର ପ୍ରାଚୀନ ମନ୍ଦିର ଅଟେ । ମନ୍ଦିରର ମହନ୍ତ କହନ୍ତି କି, ପୁରାଣଗାଥା ଅନୁସାରେ ବହୁ ବର୍ଷ ପୁର୍ବରୁ କିଛି ଲୋକ ସୁନା ଅଳଙ୍କାର ଲୋଭରେ ଶିବଲିଙ୍ଗ ତଳେ ଖୋଳିବା ଆରମ୍ଭ କରିଦେଇଥିଲେ, ପ୍ରାୟ ୨୦ ଫୁଟ୍ ତଳେ ଖୋଳିବାପରେ କିଛି ମିଳିଲାନି । ଏହି କାରଣରୁ ସେ ଶିବଲିଙ୍ଗକୁ ନଷ୍ଟ କରିବାକୁ ପ୍ରୟାସକଲେ, କିନ୍ତୁ ବାବାଙ୍କ ମହିମାରୁ ତାହା ବିଫଳ ହୋଇଥିଲା । ଏହାପରେ ଅଚଳେଶ୍ୱର ମହାଦେବଙ୍କ ପ୍ରସିଦ୍ଧି ଆହୁରି ଅଧିକ ବଢିଗଲା । ପୌରାଣିକ କଥା ଅନୁସାରେ, ଏଠାକୁ ଯିଏ ଆସି ବାବାଙ୍କୁ ମନକଥା ଜଣାଏ ତାହର ରିଷ୍ଟ ଖଣ୍ଡନ କରି ମନବାଂଛା ପୂରଣ କରନ୍ତି ବାବା ଅଚଳେଶ୍ୱର । ଏହି ଶିବଲିଙ୍ଗର ଆହୁରି ଏକ ବିଶେଷତା ଅଛି କି, ଏହା ମାଟିରୁ କେତେ ଗଭୀର ଯାଏଁ ଅଛି ତାହା କାହାକୁ ଜଣାନାହିଁ, ପୁର୍ବରୁ ବହୁତ ଲୋକେ ଏହି ଶିବଲିଙ୍ଗର ଉଚ୍ଚତା ଜାଣିବାକୁ ଚାହିଁଥିଲେ , କିନ୍ତୁ ଏପର୍ଯ୍ୟନ୍ତ ଏହି ରହସ୍ୟ ଉପରୁ ପରଦା ହଟିପାରିନି ।
ଏହି ଅଚଳେଶ୍ୱର ମନ୍ଦିରର ସବୁଠାରୁ ବଡ ରହସ୍ୟ ଅଟେ କି ଏହି ମନ୍ଦିରର ଶିବଲିଙ୍ଗ ଦିନକୁ ତିନିଥର ନିଜ ରଙ୍ଗ ବଦଳାଏ , ସକାଳୁ ଏହି ଶିବଲିଙ୍ଗର ରଙ୍ଗ ଲାଲ୍ ହୋଇଥାଏ ,ଦ୍ୱିପହର ସମୟରେ କେଶରିଆ ରଙ୍ଗ ଓ ରାତ୍ରୀରେ ଶାମଳ ହୋଇଯାଏ , ଶିବଲିଙ୍ଗରଏହି ସ୍ୱରୁପକୁ ଦେଖିବାପାଇଁ ଲକ୍ଷାଧିକ ଲୋକ ଏଠାକୁ ଆସନ୍ତି । ଅଚଳେଶ୍ୱର ମହାଦେବଙ୍କ ଏହି ଶିବଲିଙ୍ଗ ପଛରେ ରହସ୍ୟ ଉନ୍ମୋଚନ କରିବା ବୈଜ୍ଞାନିକଙ୍କ କ୍ଷମତା ବାହାରେ ରହିଆସିଛି। ହଜାରେ ବର୍ଷ ତଳର ଏହି ପୁରୁଣା ମନ୍ଦିରରେ ଆଜି ପର୍ଯ୍ୟନ୍ତ କେବେ ପୂଜାନୀତି ବନ୍ଦ ହୋଇନାହିଁ । ସେଥିପାଇଁ ଏହାକୁ ଦେଶର ସବୁଠୁ ପୁରୁଣା ଶୈବପୀଠ ବୋଲି ବିବେଚନା କରାଯାଏ । ଏହି ମନ୍ଦିର କେତେ ପ୍ରାଚୀନ ତାହା ଅଥର୍ବବେଦରେ ଉଲ୍ଲେଖ ରହିଛି । ପାହାଡ ଉପରେ ପଡିଥିବା ପଥର ଏବଂ ସ୍ତମ୍ଭ ଉପରେ ବହୁତ ସିଦ୍ଧ ମନ୍ତ୍ର ଏବଂ ମନ୍ଦିରର ପ୍ରାଚୀନତାର ଆଭାଷ ମିଳେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/18-14.jpg)