ଜିଲ୍ଲାପାଳଙ୍କ ଅଫିସରେ ରହସ୍ୟମୟ ତାଲା : କର୍ମଚାରୀ କାମ କରୁଥିବା ବେଳେ ବାହାରେ କେହି ପକାଇଦେଲେ ତାଲା

66

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରହସ୍ୟମୟ ତାଲା । ଅଫିସ ଭିତରେ କର୍ମଚାରୀ କାମ କରୁଥିଲେ ଆଉ ବାହାରେ କେହି ଜଣେ ଅଜ୍ଞାତ ବ୍ୟକ୍ତି ଉଭୟ ଗେଟରେ ତାଲା ପକାଇଦେଇଥିଲେ । ଏଭଳି ଅଭାବନୀୟ ଘଟଣାକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ଚାଲିଛି । ଜିଲା୍ଳପାଳ ଦତ୍ରାତ୍ରୟ ଭାଉସାହେବ ଶିନ୍ଦେ ଜିଲ୍ଲା ଗସ୍ତରେ ଯାଇଥିଲେ । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବୈଠକ ଥିବାରୁ ବିଭିନ୍ନ ବିଭାଗର ଅଧିକାରୀ କାର୍ଯ୍ୟାଳୟ ପରିସରରେ ଉପସ୍ଥିତ ଥିଲେ । ବୈଠକ ପରେ ଅଧିକାରୀମାନେ ନିଜ କାର୍ଯ୍ୟାଳୟକୁ ଯିବା ପାଇଁ ବାହାରିଲା ବେଳେ ଦେଖିିଲେ ଗେଟ୍ରେ ତାଲା ପଡ଼ିଛି ।

କଚେରି ପାଖ ଗେଟ ବନ୍ଦ ଥିବା ଦେଖି ମୁଖ୍ୟ ଗେଟ୍ ଦେଇ ଯିବା ପାଇଁ ଉଦ୍ୟମ କରିଥିଲେ । ହେଲେ ସେଠାରେ ବି ତାଲା ପଡ଼ିଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିଏ, କାହିଁକି ଜିିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଲା ପକାଇଲା ତାର ଉଦ୍ଦେଶ୍ୟ କ’ଣ ? ସେ ପ୍ରଶ୍ନର ଉତର କାହା ପାଖରେ ନଥିଲା । କାର୍ଯ୍ୟାଳୟ ଭିତରେ ବନ୍ଦୀ ହୋଇଥିବା ସବୁ ଅଧିକାରୀ ଗେଟ୍ ଆଗରେ ଠିଆ ହୋଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଆଇନଜୀବୀ ମନୋଜ କୁମାର ନାୟକ ଏକ ହାତୁଡ଼ି ଆଣି ଗେଟର ତାଲା ଭାଙ୍ଗିଥିଲେ । ସହଦେବଖୁଣ୍ଟା ପୋଲିସ ଘଟଣାର ତଦନ୍ତ କରୁଛନ୍ତି ।