ଅରୁଣାଚଳରେ ରହିଛି ‘ଲେକ ଅଫ୍ ନୋ ରିର୍ଟନ୍ସ’, ଯାଇଥିବା ଲୋକ ହୋଇଯାଇଛନ୍ତି ଅଦୃଶ୍ୟ

124

କନକ ବ୍ୟୁରୋ: ସାରା ବିଶ୍ୱରେ ଅନେକ ରହସ୍ୟମୟ ସ୍ଥାନ ରହିଛି  । କିଛି ସ୍ଥାନ ଏଲିୟନ୍ସ ପାଇଁ ତ କିଛି ଭୂତ ପ୍ରେତଙ୍କ ପାଇଁ ରହସ୍ୟମୟ ବୋଲି ବିଚାର କରାଯାଏ । ଭାରତରେ ବି ଏଭଳି କିଛି ସ୍ଥାନ ରହିଛି ଯାହାର ପ୍ରକୃତ ସତ୍ୟ ଆଜି ବି ଉନ୍ମୋଚିତ ହୋଇପାରି ନାହିଁ । ସେ ମଧ୍ୟରେ ରହିଛି ଅରୁଣାଚଳ ପ୍ରଦେଶର ଏକ ଦ୍ୱୀପ । କୁହାଯାଏ ଯେ ଏହି ଦୀପ ନିକଟକୁ ଯିଏ ଯାଇଛି ସେ କେବେ ବି ଫେରିପାରି ନାର୍ହି । ଏହା ଛରେ ଥିବା ରହସ୍ୟକୁ ଆଜି ବି ବିଜ୍ଞାନ  ଖୋଲିପାରି ନାହିଁ । ଏହି ଦ୍ୱୀପ ଏବେ ଭାରତ ଓ ମ୍ୟାମର ସୀମା ଅରୁଣାଚଳ ପ୍ରଦେଶରେ ରହିଛି । ଏହି ଦ୍ୱୀପ ସହିତ  ଅନେକ ରହସ୍ୟମୟ କାହାଣୀ ଯୋଡି ହୋଇଛି ।

ଏହି ଦ୍ୱୀପକୁ ନେଇ ସ୍ଥାନୀୟ ଲୋକମାନେ ଅନେକ ରହସ୍ୟମୟ କାହାଣୀ କହିଥାନ୍ତି । ଏହା ମଧ୍ୟରୁ କିଛି ବି ଇତିହାସରେ ରହିଥିବା ପରିଲକ୍ଷିତ ହୋଇଛି । ଏହି ଦ୍ୱୀପକୁ ଲୋକମାନେ ‘ଲେକ୍ ଅଫ୍ ନୋ ରିର୍ଟନ୍ସ’ ବୋଲି କହିଥାନ୍ତି ଓ ଏହା ବ୍ୟତୀତ ଏହାକୁ ନାବାଙ୍ଗ ହ୍ୱୀଲ ବି କୁହାଯାଉଛି । ଏହା ଅରୁଣାଚଳ ପ୍ରଦେଶରେ ଅବସ୍ଥିତ । କୁହାଯାଏ କି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ବିମାନର ପାଇଲଟମାନେ ଏହି ଦ୍ୱୀପକୁ ସମତଳ ଭୂମି ଭାବି ଜାହଜ ଲ୍ୟାଣ୍ଡିଂ କରିଥିଲେ । ହେଲେ ଲ୍ୟଣ୍ଡିଂ ପରେ ଜାହଜ ଓ ପାଇଲଟମାନେ ରହସ୍ୟମୟ ଭାବେ ନିଖୋଜ ହୋଇଯାଇଥିଲେ ।

ଏହି ଦ୍ୱୀପ ସହିତ ଆହୁରି ଗୋଟିଏ କାହାଣୀ ଯୋଡି ହୋଇଛି । କୁହାଯାଉଛି କି ବିଶ୍ୱଯୁଦ୍ଧ ସମାପ୍ତ ହେବା ପରେ ଜାପାନର ସୈନିକମାନେ ଫେରୁଥିବା ବେଳେ ଏହି ଦ୍ୱୀପ ନିକଟରେ ରାସ୍ତା ଭୁଲି ଗଲେ ଓ ସେଠାରୁ ନିଖୋଜ ହୋଇଗଲେ । ମାତ୍ର କିଛିଲୋକ ଏହା ବି ବିଶ୍ୱାସ କରନ୍ତି ଯେ ସୈନିକ ମାନଙ୍କୁ ମ୍ୟାଲେରିଆ ହୋଇଯିବାରୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ସତ୍ୟତା କଣ ତାହା ଏବେ ବି ରହସ୍ୟମୟ ।

‘ଲେକ୍ ଅଫ୍ ନୋ ରିଟର୍ନ ’ ସହିତ ଆହୁରି ବି ଏକ କାହାଣୀ ଜଡିତ ଅଛି । ସ୍ଥାନୀୟ ଲୋକମାନେ ଏହି ଦ୍ୱୀପକୁ ନେଇ ଅନ୍ୟ ଏକ କାହାଣୀ କହିଥାନ୍ତି । ସ୍ଥାନୀୟ ଲୋକେ କହନ୍ତି କି ବହୁ ବର୍ଷ ପୂର୍ବେ ଗାଁର ଜଣେ ବ୍ୟକ୍ତି ଏକ ବଡ ମାଛ ଧରିଥିଲେ ଓ ଏହାକୁ ରୋଷେଇ କରି ସେ ସାରା ଗାଁର ଲୋକଙ୍କୁ ଖାଇବାକୁ ଦେଇଥିଲେ । ମାତ୍ର କୌଣସି କାରଣ ବସତ ଜଣେ ବୃଦ୍ଧ ମହିଳା ଓ ତାଙ୍କ ନାତୀଙ୍କୁ ଏହି ଭୋଜିକୁ ନିମନ୍ତ୍ରଣ କରାଯାଇ ନଥିଲା । ଏହାପରେ ସେମାନେ କୌଣସି କାରଣରୁ ଗାଁ ଛାଡି ପଳାଇ ଯାଇଥିଲେ । ଏହାର ପରଦିନ ଆଶ୍ଚର୍ଯ୍ୟଜନକ ଭାବେ ପୁରା ଗାଁ ଟି ଦ୍ୱୀପରେ ପରିଣତ ହୋଇଯାଇଥିଲା ।

ଏଭଳି ଅନେକ କାହାଣୀ ମଧ୍ୟରେ ବୈଜ୍ଞାନିକମାନେ ଏହାର ରହସ୍ୟ ଉନ୍ମୋଚନ କରିବାକୁ ଅନେକ ପ୍ରୟାସ କରି ବଫଳ ହୋଇଛନ୍ତି । ଏବେ ବି ଏହି ଦ୍ୱୀପ ଏକ ରହସ୍ୟ ହୋଇ ରହିଥିବା ବେଳେ ଦ୍ୱୀପ ନିକଟକୁ ଯାଉଥିବା ଲୋକମାନେ ଅଦୃଶ୍ୟ ହୋଇଯାଉଥିବାର କାରଣ ଖୋଜୁଛନ୍ତି ବୈଜ୍ଞାନିକ ।