କନକ ବ୍ୟୁରୋ : ରାଜଧାନୀରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ଦେଢ ବର୍ଷ ତଳେ କଟକର ପ୍ରବୀଣ କୁମାରଙ୍କୁ ବିବାହ କରିଥିଲେ ନିଆଳି ଅଂଚଳର ସୁଶ୍ରୀ ସଙ୍ଗୀତା । ଦୁହେଁ ଭୁବନେଶ୍ୱର କଳିଙ୍ଗ ନଗର ଅଂଚଳରେ ଭଡ଼ାରେ ରହୁଥିଲେ । ଶୁଶ୍ରୀ ସଙ୍ଗୀତା ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ । ଆଉ ପ୍ରବୀଣ ଏକ ଏକ ପାଣି ଫ୍ୟାକ୍ଟ୍ରି କରିଥିଲେ ।
ଗତକାଲି ଦୀପାବଳୀ ଥିବା ବେଳେ ରାତି ୧୧ଟାରେ ସୁଶ୍ରୀଙ୍କ ଘରକୁ ହଠାତ୍ ଫୋନ ଆସିଥିଲା । ସୁଶ୍ରୀଙ୍କ ଦେହ ଭଲ ନାହିଁ ବୋଲି ଶାଶୂଘର ଲୋକ କହିଥିଲେ । ଏହା ପରେ ଘର ଲୋକ ଆସିବା ପରେ ଶୁଶ୍ରୀଙ୍କ ମୃତଦେହ ଉଦ୍ଧାର କରିଥିଲେ । ତେବେ ଚାକିରି କରି ପଇସା ଦେବାକୁ ସୁଶ୍ରୀଙ୍କୁ ବାଧ୍ୟ କରୁଥିଲେ ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହା ପଛରେ ହତ୍ୟା ଷଡଯନ୍ତ୍ର ରହିଛି କି ନାହିଁ ସେଦିଗରେ ତଦନ୍ତ କରୁଛି ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/17-17.jpg)