ମୋଦିଙ୍କ ହେଲିକପ୍ଟରରେ ଆସିଥିବା କଳାବାକ୍ସରେ କଣ ଥିଲା । ବଢୁଛି ରହସ୍ୟ, କଂଗ୍ରେସ କହିଲା ଯାଞ୍ଚ କରନ୍ତୁ ନିର୍ବାଚନ କମିଶନ
କର୍ଣ୍ଣାଟକର ଚିତ୍ରାଦୁର୍ଗକୁ ନିର୍ବାଚନୀ ରାଲିରେ ଯୋଗ ଦେବାକୁ ଯାଇଥିବା ବେଳେ ମୋଦୀଙ୍କ ହେଲିକପ୍ଟରରେ ଯେଉଁ କଳା ବାକ୍ସ ଦେଖା ଯାଇଥିଲା, ତାକୁ ନେଇ ଏବେ ମୋଦୀଙ୍କ ସଚ୍ଚୋଟପଣିଆ ଉପରେ ପ୍ରଶ୍ନ କରିଛି କଂଗ୍ରେସ । କଂଗ୍ରେସ ପ୍ରବକ୍ତା ଆନନ୍ଦ ଶର୍ମା ମୋଦୀଙ୍କୁ କଳା ବାକ୍ସର ରାଜ୍ ବିଷୟରେ ଖୁଲାସା କର ବୋଲି କହିବା ସହ ନିର୍ବାଚନ କମିସନକୁ ଏ ନେଇ ଯାଞ୍ଚ କରିବା ଉଚିତ୍ ବୋଲି କହିଛନ୍ତି । ଏହା ସହ କଂଗ୍ରେସର କର୍ଣ୍ଣାଟକ ୟୁନିଟ୍ ଏ ନେଇ ନିର୍ବାଚନ କମିସନ ଆଗରେ ଅଭିଯୋଗ କରି ସାରିଥିବା କହିଛନ୍ତି ଆନନ୍ଦ ଶର୍ମା ।
Kanak News is now on WhatsApp
Join and get latest news updates delivered to you via WhatsApp
A mysterious box was unloaded from PM Modi’s helicopter at Chitradurga yesterday and loaded into a private Innova which quickly sped away. The #ElectionCommission should enquire into what was in the box and to whom the vehicle belonged. @ceo_karnataka pic.twitter.com/iudqT143Bv
— KPCC President (@KPCCPresident) April 13, 2019
ଆନନ୍ଦଙ୍କ କହିବା ଅନୁଯାୟୀ, ଏପ୍ରିଲ ୯ରେ କର୍ଣ୍ଣାଟକର ଚିତ୍ରାଦୁର୍ଗ ଆୟୋଜିତ କରାଯାଇଥିବା ନିର୍ବାଚନୀ ରାଲିରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏ ସମୟରେ ତାଙ୍କ ହେଲିକପ୍ଟର ସହ ଆଉ ୩ଟି ହେଲିକପ୍ଟର ଅବତରଣ କରିଥିଲା । ପରେ ହେଲିକପ୍ଟରରୁ ଏକ କଳା ରଙ୍ଗର ଟ୍ରଙ୍କ ବାହାର କରାଯାଇ ଏକ ବ୍ୟକ୍ତିଗତ କାରରେ ରଖି ଦିଆ ଯାଇଥିଲା । ଯଦି ସେଥିରେ ଟଙ୍କା ନଥିଲା, ତେବେ ଥିଲା କ’ଣ? ତାହାର ଯାଞ୍ଚ ହେବା ନିହାତି ଆବଶ୍ୟକ ବୋଲି କହିଛନ୍ତି ଆନନ୍ଦ । ଏହା ସହ ଦଳ ପକ୍ଷରୁ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି । ଯେଉଁଥିରେ କିଛି ଲୋକ ଏକ କଳା ରଙ୍ଗର ଟ୍ରଙ୍କକୁ ବୋହି ନେଇ ଏକ ଧଳା ରଙ୍ଗର କାର୍ ପଛପଟେ ରଖୁଥିବା ଦେଖା ଯାଇଛି ।