ସୈତାନ ସାଜିଛି ମିଆଁମାର ସେନା । ଗତ ୨୪ ଘଂଟାରେ ୮୨ ପ୍ରଦର୍ଶନକାରୀଙ୍କୁ ଗୁଳିକରି ହତ୍ୟା ।

260

କନକ ବ୍ୟୁରୋ : ମିଆଁମାରର ସେନା ବିରୋଧରେ ସେଠିକାର ଲୋକମାନେ ପ୍ରଦର୍ଶନ ଜାରି ରଖିଛନ୍ତି । ଏହାରି ମଧ୍ୟରେ ଶନିବାର ଦିନ ସେନା ଗୁଳିରେ ୮୨ ଜଣ ପ୍ରଦର୍ଶନକାରୀଙ୍କ ଜୀବନ ଯାଇଥିବା ସ୍ଥାନୀୟ ମିଡିଆରେ ପ୍ରକାଶ ପାଇଛି । ସ୍ଥାନୀୟ ମିଡିଆ ‘ଆସୋସିଏନ ଫର ପଲଟିକାଲ ପ୍ରଜନର୍ସ’ ରେ ଏହି ତଥ୍ୟ ପ୍ରକାଶ ପାଇଛି । ଫେବଆରୀ ମାସରୁ ଆଂଗ ସାଂଗ ସୁ ଙ୍କ ସରକାରକୁ ହଟାଇ ସେଠାରେ ସେନା ଶାସନ ଲାଗୁ କରିବାକୁ ସେନା ପକ୍ଷରୁ ଜୋରଦାର ପ୍ରୟାସ ଜାରି ରହିଛି । ଏହାକୁ ବିରୋଧ କରି ହଜାର ହଜାର ଗଣତନ୍ତ୍ରପ୍ରେମି ରାସ୍ତାରେ ସେନା ବିରୋଧରେ ପ୍ରତିବାଦ କରିବାରେ ଲାଗିଛନ୍ତି । ଏହି ପ୍ରତିବାଦକୁ ଦମନ କରିବାକୁ ସେଠିକାର ସେନା ଏପର୍ଯ୍ୟନ୍ତ ୭୦୧ ଜଣ ପ୍ରତିବାଦକାରୀଙ୍କୁ ହତ୍ୟା କରିଥିବା ପ୍ରକାଶ ପାଇଛି ।

କୁହାଯାଉଛି କି ପ୍ରତିବାଦକାରୀଙ୍କୁ ଦମନ କରିବାକୁ ସେନା ରକେଟ୍ ଗ୍ରେନେଡ୍ ଓ ମୋର୍ଟାର ବ୍ୟବହାର କରୁଛି । ଏକଥା ସେଠିକାର ଗଣମାଧ୍ୟମରେ ପ୍ରକାଶ ପାଇନଥିଲେ ବି ସୋସିଆଲ ମିଡିଆରେ ସେନା ଏହି ଅସ୍ତ୍ର ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଏଠାରେ ପ୍ରଦର୍ଶନକାରୀ ମାନେ ଶାନ୍ତି ଓ ଶୃଙ୍ଖଳାର ସହିତ ପ୍ରଦର୍ଶନ ଜାରି ରଖିଛନ୍ତି ଓ ସେମାନେ ଏହି ପ୍ରତିବାଦକୁ ସିଭିଲ ଡିସଓବିିଡିଏଣ୍ଟ ମୁଭମେଣ୍ଟ ନାମରେ ନାମିତ କରିଛନ୍ତି । ଅନ୍ୟପଟେ ସେନାର ଏଭଳି ଆକ୍ରମଣ ପରେ କିଛି ପ୍ରତିବାଦକାରୀ ଅସ୍ତ୍ର ବ୍ୟବହାର କରୁଥିବା ଦେଖିବାକୁ ମିଳିଛି ।

କହିରଖୁ କି ୯୦ ଦଶକରୁ ବନ୍ଦୀଥିବା ଆଂଗ ସାଂଗ ସୁଙ୍କ ରାଜନୈତିକ ପାର୍ଟି ନ୍ୟାସନାଲ ଲିଗ ଫର ଡେମୋକ୍ରେସି (ଏନଏଲଡି) ୨୦୨୦ ମସିହା ନିର୍ବାଚନରେ ବିଜୟଲାଭ କରିଥିଲା । ହେଲେ ସେଠିକାର ସେନା ନିର୍ବାଚନରେ ହେରାଫେରି ହୋଇଥିବା ଦର୍ଶାଇ ଏନଏଲଡି ପାର୍ଟିର ସରକାରକୁ ମାନି ନଥିଲା । ଅନ୍ୟପଟେ ମିଆଁମାର ନିର୍ବାଚନ କମିଶନ ସେନାର ଏଭଳି ଅଭିଯୋଗକୁ ନାକଚ କରିଦେଇଥିଲା । ହେଲେ ସେନା ମିଆଁମାର ସଂସଦରେ ନିଜର ଅଧିକାର ଜାହିର କରିବାକୁ ଚେଷ୍ଟା କରିଥିଲା । ଏପଟେ ଆଂଗ ସାଂଗ ସୁ ଲୋକମାନଙ୍କୁ ପ୍ରତିଶୃତି ଦେଇଥିଲେ କି ସମ୍ବିଧାନର ସୁଧାର ଆଣିବେ ଓ ଲୋକତନ୍ତ୍ରକୁ ମଜଭୁତ କରିବେ । ମାତ୍ର ସେନା ଏହା ବିରୋଧରେ ଥିଲା । ଏହାକୁ ନେଇ ମିଆଁମାର ଲୋକ ସେନା ବିରୋଧରେ ୨୦୨୧ ଫେବୃଆରୀ ମାସଠାରୁ ରାସ୍ତାକୁ ଉହ୍ଲାଇଥିଲେ । ଏହାକୁ ଦମନ କରିବାକୁ ସେନା ଏବେ ବଳ ପ୍ରୟୋଗ କରିବାରେ ଲାଗିଛି ।