ବିମାନର ଆଗ ଚକା ଖୋଲିଲାନି, ବିମାନର ନୋଜ ସହାୟତାରେ ଲ୍ୟାଣ୍ଡିଂ କଲେ ପାଇଲଟ । ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ, ଦେଖନ୍ତୁ ଭିଡିଓ  ।

463

ମିଆଁମାରରେ ଏକ ବଡ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ । ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ରକ୍ଷା ପାଇଯାଇଛି ଯାତ୍ରୀଙ୍କ ଜୀବନ । ବିମାନଟି ରନୱେରେ ଲ୍ୟାଣ୍ଡିଂ କରିବା ବେଳେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହାର ଲ୍ୟାଣ୍ଡିଂ ଗିୟର ଫେଲ୍ ହୋଇଥିଲା । ଫଳରେ ଏହାର ଆଗ ଚକା ଖୋଲିନଥିଲା । ଯେଉଁଥିପାଇଁ ବିମାନଟି ଦୁର୍ଘଟଣା ହେବାର ସମ୍ଭାବନା ଦେଖା ଦେଇଥିଲା । କିନ୍ତୁ ଏହି ସମୟରେ ଉପସ୍ଥିତି ବୁଦ୍ଧି ଓ ଅଦମ୍ୟ ସାହସ ଦେଖାଇଥିଲେ ପାଇଲଟ ।

ବିମାନର ସମ୍ମୁଖ ଚକା ଖୋଲିନଥିବା ବେଳେ ବିମାନର ସମ୍ମୁଖ ଅଂଶ ବା ନୋଜ ସହାୟତାରେ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରିବାକୁ ସକ୍ଷମ ହୋଇଥିଲେ ପାଇଲଟ । ଯେଉଁଥିପାଇଁ ସମସ୍ତ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଯାଇଥିଲା । ବିମାନଟି ସକାଳ ୯ଟା ସମୟରେ ରନୱେରେ ଲ୍ୟାଣ୍ଡିଂ କରୁଥିବା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଚଳିତ ସପ୍ତାହରେ ମିଆଁମାରରେ ଏଭଳି ଦୁଇଟି ଘଟଣା ଦେଖିବାକୁ ମିଳିଲାଣି । ଏହାପୂର୍ବରୁ ବାଂଲାଦେଶର ଏକ ବିମାନ ସାମାନ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରନୱେରେ ଓହ୍ଲାଇବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ୧୧ ଜଣ ଯାତ୍ରୀ ଆହତ ହୋଇଥିଲେ ।