ମିଆଁମାରରେ ସୀମା ଟପିଲା ସେନାର ବର୍ବରତା । ସେନା ଶାସନ ବିରୋଧୀ ପ୍ରତିବାଦ ବେଳେ ମୁହାଁମୁହିଁ ଯବାନ ଓ ଆନ୍ଦୋଳନକାରୀ, ଯବାନଙ୍କ ଗୁଳିରେ ୯୧ ମୃତ

143

କନକ ବ୍ୟୁରୋ : ମିଆଁମାରରେ ସୀମା ଟିପିଲା ସେନାର ବର୍ବରତା । ସେନା ଶାସନ ବିରୋଧୀ ପ୍ରତିବାଦ ବେଳେ ମୁହାଁମୁହିଁ ହୋଇଛନ୍ତି ଯବାନ ଓ ଆନ୍ଦୋଳନକାରୀ । ଆଉ ଯବାନଙ୍କ ଗୁଳିରେ ୯୧ ଜଣଙ୍କର ମୃତ୍ୟୁ ହୋଇଛି । ବଡ଼ କଥା ହେଉଛି ଏହି ୯୧ ଜଣ ମୃତକଙ୍କ ମଧ୍ୟରେ ଛୋଟ ଛୋଟ ପିଲା ମଧ୍ୟ ସାମିଲ ଅଛନ୍ତି ।
ପ୍ରାୟ ଦୁଇ ମାସ ଧରି ଚାଲିଥିବା ଆନ୍ଦୋଳନକୁ ଦମନ କରିବାକୁ ଯାଇ, ମିଆଁମାର ସେନା ଏଭଳି ଏକ ବର୍ବରତାପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ନେଇଛି । ଗତକାଲି ଶନିବାର ଦିନ ସେନା ଦିବସ ଥିଲା । ଆଉ ଏହି ସମୟରେ ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣାତ୍ମକ ପଦକ୍ଷେପ ନେଇଛି ମିଆଁମାର ସେନା । ମିଆଁମାରର ନିର୍ବାଚିତ ନେତ୍ରୀ ଅଙ୍ଗ ସାଙ୍ଗ ସୁଚିଙ୍କ ଗାତିଚ୍ୟୁତ କରିବା ପରେ ସେନା ଅଧିନରେ ରହିଛି ମିଆଁମାରର ଶାସନ । ଆଉ ଗଣତନ୍ତ୍ର ସମର୍ଥନରେ ଲୋକମାନେ ସେଠି ପ୍ରତିବାଦ କରୁଛନ୍ତି । ସେନାର ଅଭିଯୋଗ ହେଲା, ନିର୍ବାଚନରେ ଅନିୟମିତତା ହୋଇଛି । ଆଉ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ କ୍ଷମତା ପରିବର୍ତନ ହୋଇଛି । ଏହା ପରେ ମିଆଁମାରେ ଅଶାନ୍ତି ଲାଗି ରହିଛି । ଏମିତି କି ସେଠି ଜରୁରୀ କାଳୀନ ପରିସ୍ଥିତି ଲାଗି ରହିଛି । ମିଆଁମାର ବିଭିନ୍ନ ସହରରେ ଯବାନମାନେ ପଇଁତରା ମାରୁଛନ୍ତି । ଆଉ ଗତକାଲି ବଡ଼ଧରଣର ହିଂସାକାଣ୍ଡ ଭିଆଇଛି ମିଆଁମାର ସେନା ।