ଫେସବୁକ୍ ଭିଡିଓ ଛଡାଇନେଲା ସୁନ୍ଦରୀ ମୁକଟ ! କିନ୍ତୁ ସତ କହିବାରୁ ପଛକୁ ହଟିଲେନି ମିଆଁମାର ସୁନ୍ଦରୀ

44

କନକ ବ୍ୟୁରୋ : ସୁନ୍ଦରୀ ମୁକୁଟ ପିନ୍ଧିବା ପାଇଁ ଯୁବତୀଙ୍କୁ ଅନେକ କଷ୍ଟ କରିବାକୁ ପଡିଥାଏ । ସୁନ୍ଦରୀ ମୁକୁଟ ପିନ୍ଧିବା ପାଇଁ ବହୁ ବାଧା ବିଘ୍ନର ମଧ୍ୟ ସମ୍ମୁଖୀନ ହେବାକୁ ପଡିଥାଏ । କିନ୍ତୁ ସୁନ୍ଦରୀ ମୁକୁଟ ହାତେଇବା ପରେ ଗୋଟିଏ ଛୋଟ କାରଣ ପାଇଁ ଏହି ଟାଇଟଲ ହାତରୁ ଚାଲିଯିବା ବହୁତ କଷ୍ଟ ଦେଇଥାଏ । ଏଭଳି ଏକ ଘଟଣା ଘଟିଛି ମିଆଁମାରରେ । ଫେସବୁକ ଭିଡ଼ିଓ ପୋଷ୍ଟ ଛଡାଇ ନେଇଛି ସୁନ୍ଦରୀ ମୁକୁଟ । ମିଆଁମାର ସୁନ୍ଦରୀ ସୁଇ ୟାନ ସି ରୋହିଙ୍ଗ୍ୟା ପ୍ରସଙ୍ଗ ଉପରେ ପୋଷ୍ଟ କରିଥିବା ଏକ ଗ୍ରାଫିକ ଭିଡ଼ିଓ ତାଙ୍କୁ ଅଡ଼ୁଆରେ ପକାଇଛି । ଫେସବୁକର ଏହି ଭିଡ଼ିଓ ପୋଷ୍ଟ ପାଇଁ ତାଙ୍କଠାରୁ ସୁନ୍ଦରୀ ମୁକୁଟ ଛଡା଼ଇ ନିଆଯାଇଛି । ସେ ଏହି ଭିଡ଼ିଓରେ ରଖାଇନ ରାଜ୍ୟରେ ହୋଇଥିବା ସାଂପ୍ରଦାୟିକ ହିଂସା ପାଇଁ ରୋହିଙ୍ଗ୍ୟା ମୁସଲିମଙ୍କୁ ସିଧାସଳଖ ଦାୟୀ କରିଥିଲେ ।

rohingya muslimତେବେ ମୁକୁଟ ଛଡ଼ାଇବା ପାଇଁ ଏହି ଭିଡ଼ିଓକୁ ସିଧାସଳଖ ଦାୟୀ କରାଯାଇନାହିଁ । ଆୟୋଜକଙ୍କ କହିବା ଅନୁଯାୟୀ, ସୁଇ ୟାନ ସର୍ତ୍ତ ଉଲ୍ଲଘଂନ କରିଥିବାରୁ ତାଙ୍କ ପାଖରୁ ଏହି ସୁନ୍ଦରୀ ମୁକୁଟ ଫେରାଇ ନିଆଯାଇଛି । ସେପଟେ କିନ୍ତୁଏହି ଘଟଣା ପରେ ସୁଇ ଆନ କହିଛନ୍ତି କୌଣସି ପରିସ୍ଥିତିରେ ସେ ସତ କହିବାରୁ ପଛକୁ ହଟିବେ ନାହିଁ । ଗତ ଅଗଷ୍ଟ ମାସରୁ ରୋହିଙ୍ଗ୍ୟା ମୁସଲିମଙ୍କ ଉପରେ ମିଆଁମାର ସରକାର ଅକଥନୀୟ ଅତ୍ୟାଚାର କରୁଛନ୍ତି ଫଳରେ ଅଧିକାଂଶ ରୋହିଙ୍ଗ୍ୟା ମୁସଲମାନ ଦେଶ ଛାଡି ବାଲାଂଦେଶ ଓ ଭାରତକୁ ଚାଲି ଆସୁଛନ୍ତି । ରୋହିଙ୍ଗ୍ୟା ମୁସଲମାନ ଦେଶ ପାଇଁ ବିପଦ କହି ଦେଶରୁ ତଡି ଦେଉଛି ମିଆଁମାର ସରକାର ।