ମ୍ୟାମାରର ନୋବେଲ ବିଜେତା ଆଙ୍ଗ ସାନ ସୁଙ୍କୁ ୪ ବର୍ଷ ଜେଲ ଦଣ୍ଡ, ଜାଣନ୍ତୁ କାହିଁକି ?

84

କନକ ବ୍ୟୁରୋ : ମ୍ୟାମାର ଏକ କୋର୍ଟ ନୋବେଲ ବିଜେତା ଆଙ୍ଗ ସାନ ସୁ କିଙ୍କୁ ସେନା ବିରୋଧରେ ଉତ୍ତେଜନା ମୂଳକ ମନ୍ତବ୍ୟ ଓ କୋଭିଡ ନିୟମ ଉଲଙ୍ଘନ କରିବା ଅଭିଯୋଗରେ ୪ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ୭୬ ବର୍ଷିୟ ସୁ ଙ୍କ ବିରୋଧରେ ଉତ୍ତେଜନା ପୂର୍ଣ୍ଣ ଭାଷଣ ଓ କୋଭିଡ ନିୟମ ଉଲଙ୍ଘନ ଓ ଅଧିକାରୀ ସ୍ତରରେ ଗୋପନୀୟତା ଅଧିନିୟମ ଉଲଙ୍ଘନ ସହ ପାଖା ପାଖି ୧୨ ରୁ ଅଧିକ ମାମଲା ରୁଜୁ ହୋଇଥିଲା । ଯଦି ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ବିଧାନ କରାଯିବ ତେବେ ତାଙ୍କୁ ୧୦୦ ବର୍ଷରୁ ଅଧିକ ଜେଲରେ ରହିବାକୁ ପଡିବ ବୋଲି ଜଣେ ଓକିଲ ମତ ଦେଇଛନ୍ତି । ହେଲେ ସୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

କହିରଖୁ କି ଚଳିତ ବର୍ଷ ଯେତେବେଳେ ମ୍ୟାମାର ସେନା ଦେଶକୁ ଦଖଲ କରିଥିଲା ସେତେବେଳେ ଆଙ୍ଗ ସାନ ସୁ କିଙ୍କୁ ପୋଲିସ ହେପାଜତକୁ ନିଆଯାଇଥିଲା । ନ୍ୟୁଜ ଏଜେନ୍ସି ଏଏଫବିରେ ସୈନ୍ୟ ପ୍ରଶାସନର ପ୍ରବକ୍ତା ମିନ ଟୁନ କହିଛନ୍ତି କି ସୋମବାର ଦିନ ସୁ କି ଙ୍କୁ ସେନା ବିରୋଧରେ ମନ୍ତବ୍ୟ ଦେବା ଅଭିଯୋଗରେ ୪ ବର୍ଷ ଜେଲ  ଦଣ୍ଡରେ ଦଣ୍ଡିତ କରାଯାଇଛି । ହେଲେ ଏବେ ତାଙ୍କୁ ଜେଲକୁ ନିଆଯିବ ନାହିଁ । ତାଙ୍କୁ ନାୟପୀଣ୍ଡର ରାଜଧାନୀରେ ନଜରବନ୍ଦୀ କରି ରଖାଯିବ ।