କନକ ବ୍ୟୁରୋ : ଏଥର ଆଉ ମୁଁ ଲଢିବିନି । ମୋ ସାନପୁଅ ମନ୍ମଥ ରାଉତରାୟ ଜଟଣୀରୁ ଲଢିବ। ମୋତେ ୮୦ ହେଲାଣି। ମୋ ପୁଅ କଂଗ୍ରେସ ଟିକେଟରୁ ଲଢିବ। କିଛି ଏଭଳି କହିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ ।

Advertisment

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିବା ପ୍ରସଙ୍ଗରେ ସୁର କହିଛନ୍ତି, ଏହା ସୌଜନ୍ୟମୂଳକ ସାକ୍ଷାତ ଥିଲା । ମୋ ବଡପୁଅ ସିଦ୍ଧାର୍ଥ ରାଉତରାୟ ପାହାଡ଼ ଚଢି ଅନେକ ରେକର୍ଡ କରିଛନ୍ତି । ବିଭିନ୍ନ ପର୍ବତରେ ଭାରତର ପତାକା, ଜଗନ୍ନାଥଙ୍କ ପତାକା ଉଡାଇଛି ମୋ ପୁଅ । ବିଭିନ୍ନ ଦେଶରୁ ସମ୍ମାନିତ ମଧ୍ୟ ହୋଇଛନ୍ତି । ଏହି ସଫଳତା ଜାଣିବା ପରେ ମୁଖ୍ୟମନ୍ତ୍ରୀ ଭେଟିବା ପାଇଁ ଡକାଇଥିଲେ । ମୁଁ ଓ ମୋ ପୁଅ ଏହି ସଫଳତା ବିଷୟରେ ଜଣେଇବା ପାଇଁ ଯାଇଥିଲୁ। ଭଲ ଆଲୋଚନା ହେଲା। ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବ ଜାଣି ଖୁସି ହେଲେ ଆଶ୍ଚର୍ଯ୍ୟ ମଧ୍ୟ ହେଲେ। କେବଳ ମୋ ବଡ଼ ପୁଅ କଥା ଚର୍ଚ୍ଚା ହେଲା ଅନ୍ୟ କୌଣସି ରାଜନୈତିକ ଚର୍ଚ୍ଚା ହୋଇନଥିବା କହିଛନ୍ତି ସୁର ।