ମୁହଁ ଖୋଲିଲେ ଅଭିନେତା ଅମ୍ଲାନ । କହିଲେ, ମୋ ସ୍ତ୍ରୀ ନଦୀକୁ ଫୁଲ ପକାଇବାକୁ ଯାଇଥିଲେ, ଗୋଡ ଖସିଗଲା 

4,489

କନକ ବ୍ୟୁରୋ : ମହାନଦୀରେ ଅଭିନେତା ଅମ୍ଲାନ ଦାସଙ୍କ ପତ୍ନୀ ଡେଇଁପଡିବା ଘଟଣାରେ ପ୍ରତିକ୍ରିୟା ରଖିଲେ ଅମ୍ଲାନ । ଦିପାବଳୀରେ ଆମ ଘରେ ପୂଜା ହୋଇଥିଲା । ସେହି ଫୁଲକୁ ପକାଇବାକୁ ଯାଇଥିଲୁ । ମୁଁ ବି ଗାଡିରେ ବସିଥିଲି, ତା ଗୋଡ ଖସି ଗଲା । ମୁଁ ବି ଡେଇଁ ପଡିବାକୁ ବାହାରି ଥିଲି ହେଲେ ଲୋକମାନେ ଅଟକାଇଦେଲେ । ସଙ୍ଗେ ସଙ୍ଗେ ପୋଲିସକୁ ଫୋନ କଲୁ ଆଉ ପୋଲିସ ଆସି ଉଦ୍ଧାର କଲା ବୋଲି କହିଛନ୍ତି ଅଭିନେତା ଅମ୍ଲାନ ।

କଟକ ସିଡିଏରୁ ନୂଆପାଟଣାକୁ ସଂଯୋଗ କରୁଥିବା ମଧୁସୂଦନ ପୋଲ ଉପରେ ଆଜି ସ୍କୁଟି ରଖି ନଦୀକୁ ଖସି ପଡିଥିଲେ ଅମ୍ଲାନଙ୍କ ସ୍ତ୍ରୀ । ପରେ ସ୍ଥାନୀୟ ଲୋକମାନେ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ତାଙ୍କୁ ଉଦ୍ଧାର କରିଥିଲେ ।

ଅମ୍ଲାନଙ୍କ ପତ୍ନୀଙ୍କୁ ଉଦ୍ଧାର ପରେ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲା ପୋଲିସ । ପରେ ସିଡିଏ ଫେଜ-୨ ଥାନାରେ ପହଞ୍ଚି ପତ୍ନୀଙ୍କ ଆଣିବାକୁ ଯାଇଥିଲେ ଅଭିନେତା ଅମ୍ଲାନ ।