ରକ୍ତଚରିତ୍ର ଗ୍ୟାଙ୍ଗର ମୁଖ୍ୟ ବୁବୁ ଘରେ ପୋଲିସର ରେଡ୍ ଘଟଣା ।  ମା’ କହିଲେ, କାହାକୁ ଆକ୍ରମଣ କରେନି ପୁଅ; ମାରଣାସ୍ତ୍ର ସହ ଫଟୋ ଉଠାଇବାରେ ଥିଲା ସଉକ୍

179

କନକ ବ୍ୟୁରୋ: ରକ୍ତ ଚରିତ୍ରର ମୁଖ୍ୟ ଅଭିଯୁକ୍ତ ବୁବୁଙ୍କ ଘରେ ଚାଲିଛି ରେଡ । ଚଢଉ କରିଛି କମିଶନରେଟ୍ ପୋଲିସ । ଘରେ ଚଢଉ ଚାଲିଥିବା ବେଳେ ଫେରାର ଅଛନ୍ତି ମୁଖ୍ୟ ଅଭିଯୁକ୍ତ ବୁବୁ ।ତେବେ ଏହି ଘଟଣାକୁ ନେଇ ବୁବୁଙ୍କ ମାଆ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, କାହାକୁ ଟିକେ ଆମ୍ପୁଡ଼ିଦେବ ନହେଲେ ଚିମୁଟି ଦେବ ଏହା ହିଁ କେସ୍ । ନ ହେଲେ ମୋ ବୁବୁ କାହାକୁ ମାରିଲା ଭଳି କାମ କରେନି , ସେ ପିଲା ପିଲା ଭିତରେ କାହାଠୁ ମାଗି ମଜାରେ ଖଣ୍ଡା ବୁଲେଇଥିବେ । ମାରଣାସ୍ତ୍ର ସହ ଫଟୋ ଉଠାଇବାରେ ପୁଅର ସଉକ୍ ଥିଲା ।

ସେହିପରି ବୁବୁର ଭାଇଙ୍କ କହିବାନୁସାରେ, ଭାଇ ବହୁତ ଭଲ ପିଲା ହେଲେ ଏ ସାଙ୍ଗସାଥୀମାନଙ୍କ ସହ ପଡ଼ି ଏମିତି କାମ କରିଛି । ଭାଇକୁ ଏତିିକି କହିବି ଭଲରେ ରହିବୁ ଯଦି ରହ ନହେଲେ ଘର ଛାଡ଼ି ପଳା । ଆମେ ତୋ ପାଇଁ ବହୁତ ହଇରାଣ ହେଉଛୁ ।

ଘଟଣାରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ରକ୍ତ ଚରିତ୍ର ଗ୍ୟାଙ୍ଗର ବୁବୁ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି । ବୁବୁ ଜଣେ ପୋଲିସ କର୍ମଚାରୀଙ୍କ ପୁଅ ବୋଲି ଜଣାପଡିଛି । ଘଟଣାରେ ପୂର୍ବରୁ ୭ ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ୨ ଜଣ କୋର୍ଟରେ ଆତ୍ମସମର୍ପଣ କରିସାରିଛନ୍ତି । ସୋମବାର ରକ୍ତଚରିତ୍ର ଗ୍ୟାଙ୍ଗର ସଦସ୍ୟ ଚେଙ୍ଗ ଘରେ ପୋଲିସ୍ ପଶି ଖୋଳତାଡ଼ କରିବାର ଦିନକ ପରେ ଗତକାଲି କୋର୍ଟରେ ଆତ୍ମସମର୍ପଣ କରଥିଲେ ଦୁଇ ଅଭିଯୁକ୍ତ । ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କଲେ ଚେଙ୍ଗ ଓରଫ ରାଜେଶ ବେହେରା ଓ ସନିଆ ଓରଫ ସନାତନ ବେହେରା । ରାସ୍ତା ଉପରେ ହତିଆର ଧରି ଭୟ ଖେଳାଉଥିବା ଏହି ଅପରାଧୀଙ୍କ ମନରେ ଏବେ ପଶିଛି କମିଶନରେଟ ପୋଲିସର ଭୟ ।