ପ୍ରତିକ୍ରିୟା ରଖିଲେ ସମୀର ଦାଶ: କହିଲେ, ଜିଲ୍ଲା ପରିଷଦ ଉପନିର୍ବାଚନ ହାରିବା ସହିତ ମୋ ଇସ୍ତଫାର କୌଣସି ସମ୍ପର୍କ ନାହିଁ

724

କନକ ବ୍ୟୁରୋ: ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ନେଇ ସ୍ପଷ୍ଟିକରଣ ରଖିଲେ ସମୀର ରଞ୍ଜନ ଦାଶ । କହିଲେ, ଜିଲ୍ଲା ପରିଷଦ ଉପନିର୍ବାଚନ ହାରିବା ସହିତ ମୋ ଇସ୍ତଫାର କୌଣସି ସମ୍ପର୍କ ନାହିଁ । ସାଂଗଠନିକ ଆବଶ୍ୟକତା ପାଇଁ ଦେଇଛି ଇସ୍ତଫା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଁ ଇସ୍ତଫା ଦେଇଛି । ନିଜକୁ ସଂଗଠନ କାମରେ ବିନିଯୋଗ କରିବା ପାଇଁ ବିଚାର କଲି । ଆଉ ଇସ୍ତଫା ଦେଲି ।

ସମୀର ଦାଶଙ୍କ ସହ ଶ୍ରୀକାନ୍ତ ସାହୁ ଓ ବିକ୍ରମ ଆରୁଖ ମଧ୍ୟ ଇସ୍ତଫା ଦେଇଛନ୍ତି । ତେବେ ୨ ମନ୍ତ୍ରୀ ଓ ବାଚସ୍ପତିଙ୍କ ଇସ୍ତଫା ପରେ ଏବେ ଚର୍ଚ୍ଚା ଜୋର ଧରିଛି । କାହିଁକି ମନ୍ତ୍ରୀମାନେ ହଠାତ ଇସ୍ତଫା ଦେଲେ? ମନ୍ତ୍ରୀମଣ୍ଡଳରେ ହେବ କି ଅଦଳବଦଳ? ଏମିତି ଅନେକ ପ୍ରଶ୍ନକୁ ନେଇ ଏବେ ଚର୍ଚ୍ଚା ହେଉଛି ।