ଯୋଗ କରି ଭିଡ଼ିଓ ବନାନ୍ତୁ , ପ୍ରତିଯୋଗୀତାରେ ଭାଗ ନେଇ ଭିଡ଼ିଓ ପଠାନ୍ତୁ : କିଭଳି ନେବେ ପ୍ରତିଯୋଗିତାରେ ଭାଗ ଜାଣନ୍ତୁ …

361

ରବିବାର “ମନ୍ କି ବାତ୍” କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ମୋ ଜୀବନ,ମୋ ଯୋଗ” ପ୍ରତିଯୋଗିତାର ଘୋଷଣା କରିଛନ୍ତି । କରୋନା ସମୟରେ ଦେଶବାସୀଙ୍କୁ ଯୋଗର ମହାତ୍ମ୍ୟ ସମ୍ଭନ୍ଧରେ ବୁଝାଇଛନ୍ତି । ସେ କହିଛନ୍ତି , “ଏଭଳି ସଂକଟ ସମୟରେ ବିଶ୍ୱର ଅନେକ ନେତା ମୋତେ ଯୋଗ ଏବଂ ଆୟୁର୍ବେଦ ଉପରେ ଅନେକ ପ୍ରଶ୍ନ ପଚାରିଛନ୍ତି । ଯୋଗ ଏବଂ ଆୟୁର୍ବେଦ ପ୍ରତି ଲୋକଙ୍କ ଆଗ୍ରହ ବଢିବାରେ ଲାଗିଛି । ଯେଉଁମାନେ ପୂର୍ବରୁ କେବେ ଯୋଗ କରିନଥିଲେ ସେମାନେ ବି ବିଭିନ୍ନ ଅନଲାଇନ୍ ଭିଡିଓ ଦେଖି ଯୋଗ କରୁଛନ୍ତି । ଲୋକଙ୍କ ଭିତରେ ଯୋଗର ଆଗ୍ରହ ବଢିବାର ଆଉ ଏକ କାରଣ ହେଉଛି ଏହି ଭାଇରସ୍ ଆମର “ରେସପିରେଟୋରୀ ସିଷ୍ଟମ୍” କୁ ଅଧିକ ପ୍ରଭାବିତ କରିଥାଏ । ଯୋଗରେ “ରେସପିରେଟୋରୀ ସିଷ୍ଟମ୍” କୁ ମଜବୁତ୍ କରିବାର ଅନେକ ଆସନ ରହିଛି ।”

ତେବେ ଲୋକଙ୍କ ମନରେ ଯୋଗର ଆଗ୍ରହକୁ ବଢାଇବା ପାଇଁ ଆୟୁଷ୍ ମନ୍ତ୍ରାଳୟ ପକ୍ଷରୁ ‘My Life, My Yoga’ ନାମକ ଏକ ଅନ୍ତଃରାଷ୍ଟ୍ରୀୟ ଭିଡ଼ିଓ ବ୍ଲଗ୍ ପ୍ରତିଯୋଗିତା ଆରମ୍ଭ ହୋଇଛି । କେବଳ ଭାରତ ନୁହଁ ଦୁନିଆର କୋଣ ଅନୁକୋଣର ପ୍ରତିଟି ଲୋକ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ । ଏହି ପ୍ରତିଯୋଗିତାରେ ଭାଗ ନେବାପାଇଁ ଆପଣଙ୍କୁ ନିଜର ୩ ମିନିଟ୍ ର ଏକ ଭିଡିଓ ପ୍ରସ୍ତୁତ କରିବାକୁ ପଡିବ । ଏହି ଭିଡିଓରେ ଆପଣଙ୍କୁ ଯୋଗ , ଆସନର ମୂଦ୍ରା ଦେଖାଇବା ସହ ଯୋଗ ଆପଣଙ୍କ ଜୀବନରେ କେଉଁପ୍ରକାର ପରିବର୍ତ୍ତନ ଆଣିଛି ସେ ବିଷୟରେ କହିବାକୁ ପଡିବ ।