ରବିବାର “ମନ୍ କି ବାତ୍” କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ମୋ ଜୀବନ,ମୋ ଯୋଗ” ପ୍ରତିଯୋଗିତାର ଘୋଷଣା କରିଛନ୍ତି । କରୋନା ସମୟରେ ଦେଶବାସୀଙ୍କୁ ଯୋଗର ମହାତ୍ମ୍ୟ ସମ୍ଭନ୍ଧରେ ବୁଝାଇଛନ୍ତି । ସେ କହିଛନ୍ତି , “ଏଭଳି ସଂକଟ ସମୟରେ ବିଶ୍ୱର ଅନେକ ନେତା ମୋତେ ଯୋଗ ଏବଂ ଆୟୁର୍ବେଦ ଉପରେ ଅନେକ ପ୍ରଶ୍ନ ପଚାରିଛନ୍ତି । ଯୋଗ ଏବଂ ଆୟୁର୍ବେଦ ପ୍ରତି ଲୋକଙ୍କ ଆଗ୍ରହ ବଢିବାରେ ଲାଗିଛି । ଯେଉଁମାନେ ପୂର୍ବରୁ କେବେ ଯୋଗ କରିନଥିଲେ ସେମାନେ ବି ବିଭିନ୍ନ ଅନଲାଇନ୍ ଭିଡିଓ ଦେଖି ଯୋଗ କରୁଛନ୍ତି । ଲୋକଙ୍କ ଭିତରେ ଯୋଗର ଆଗ୍ରହ ବଢିବାର ଆଉ ଏକ କାରଣ ହେଉଛି ଏହି ଭାଇରସ୍ ଆମର “ରେସପିରେଟୋରୀ ସିଷ୍ଟମ୍” କୁ ଅଧିକ ପ୍ରଭାବିତ କରିଥାଏ । ଯୋଗରେ “ରେସପିରେଟୋରୀ ସିଷ୍ଟମ୍” କୁ ମଜବୁତ୍ କରିବାର ଅନେକ ଆସନ ରହିଛି ।”publive-image

Advertisment

ତେବେ ଲୋକଙ୍କ ମନରେ ଯୋଗର ଆଗ୍ରହକୁ ବଢାଇବା ପାଇଁ ଆୟୁଷ୍ ମନ୍ତ୍ରାଳୟ ପକ୍ଷରୁ 'My Life, My Yoga' ନାମକ ଏକ ଅନ୍ତଃରାଷ୍ଟ୍ରୀୟ ଭିଡ଼ିଓ ବ୍ଲଗ୍ ପ୍ରତିଯୋଗିତା ଆରମ୍ଭ ହୋଇଛି । କେବଳ ଭାରତ ନୁହଁ ଦୁନିଆର କୋଣ ଅନୁକୋଣର ପ୍ରତିଟି ଲୋକ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ । ଏହି ପ୍ରତିଯୋଗିତାରେ ଭାଗ ନେବାପାଇଁ ଆପଣଙ୍କୁ ନିଜର ୩ ମିନିଟ୍ ର ଏକ ଭିଡିଓ ପ୍ରସ୍ତୁତ କରିବାକୁ ପଡିବ । ଏହି ଭିଡିଓରେ ଆପଣଙ୍କୁ ଯୋଗ , ଆସନର ମୂଦ୍ରା ଦେଖାଇବା ସହ ଯୋଗ ଆପଣଙ୍କ ଜୀବନରେ କେଉଁପ୍ରକାର ପରିବର୍ତ୍ତନ ଆଣିଛି ସେ ବିଷୟରେ କହିବାକୁ ପଡିବ ।