କନକ ବ୍ୟୁରୋ: ମଝି ଆକାଶରୁ ମୃତ୍ୟୁକୁ ଅନେକ ଦେଖିଥିବେ । ଏପରିକି ଅନେକ ମୃତ୍ୟୁକୁ ମାତ୍ ଦେଇ ବର୍ତ୍ତି ଯାଇଥିବେ । ହେଲେ ମାଟିରୁ ୧୩ ହଜାର ଫୁଟ୍ ଉଚ୍ଚରୁ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ଜଣେ ମହିଳା ଖସିପଡ଼ି ବଞ୍ଚି ଯାଇ ମୃତ୍ୟୁକୁ ମାତ୍ ଦେଇଛନ୍ତି, ଆଉ ଏହି ଖବର ଏବେ ଜାତୀୟ-ଆନ୍ତର୍ଜାତୀୟ ମିଡିଆରେ ହେଡଲାଇନ୍ ପାଲଟିଛି ।

Advertisment

ରଖେ ହରି ତ ମାରେ କିଏ, ପୁଣି ଥରେ ଏହି ଲୋକକଥାର ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି । ଯେତେବେଳେ ୧୩ ହଜାର ଫୁଟ୍ ଉଚ୍ଚତାରୁ ଆକାଶରୁ ଖସିପଡ଼ି ମାଟି କଚାଡ଼ି ହୋଇ ପଡ଼ିଲେ, ଆଉ ଆଖି ଖୋଲିଲା ବେଳକୁ ସେ ବଞ୍ଚିଥିବା ଦେଖି ବିଶ୍ୱାସ କରିପାରିଲେନି । ଚମକ୍ରାର ହେଉ ଅବା ଭଗବାନଙ୍କ ଇଚ୍ଛା ସେ ମୃତ୍ୟୁକୁ ମାତ୍ ଦେଇ ଫେରିଆସିଛନ୍ତି । ଆମେରିକା ଭର୍ଜିନିଆର ୩୫ ବର୍ଷିୟା ବାସିନ୍ଦା ଜୋର୍ଡାନ ହାଟକେର । ପେଶାରେ ଜଣେ ମହିଳା ସ୍କାଏଡାଇଭର ଅଟନ୍ତି । ମଝି ଆକାଶରେ ସ୍କାଏଡାଇଭିଂ କରୁଥିବା ବେଳେ ତାଙ୍କ ସହ ଏମିତି କିଛି ଘଟିଛି ଯାହାକି ଚମକ୍ରାର କହିଲେ ଅତ୍ୟୁକ୍ତି ହେବନି ।

ଜୋର୍ଡାନଙ୍କ କହିବା ମୁତାବକ, ସ୍କାଏଡାଇଭିଂ କରୁ କରୁ ଆକାଶରୁ ତଳକୁ ଖୁଥିବାବେଳେ ମୋ ପାରାସୁଟ୍ ଟି ଗୋଡ଼ରେ ଫସିଯାଇଥିଲା । ଫଳରେ ଘଣ୍ଟା ପ୍ରତି ୨୦୦ କି.ମି ବେଗରେ ୧୩ ହଜାର ଫୁଟ୍ ଉଚ୍ଚତାରୁ ତଳେ ଆସି ପିଟି ହୋଇଗଗଲି । ମାତ୍ର ୩୦ ସେକେଣ୍ଡ ଭିତରେ ମୋ ସହ ମୃତ୍ୟୁ ଲୁଚକାଳି ଖେଳ ଖେଳିଗଲା, ମୁଁ ଭାବିନଥିଲି ଆଉ ବଞ୍ଚିବି ବୋଲି କିନ୍ତୁ ମୋ ଚେତା ଫେରିବା ବେଳକୁ ମୁଁ ଯନ୍ତ୍ରଣା ଅନୁଭବ କଲି । ଶରୀରର ଅନେକ ଅଂଶ ଭାଙ୍ଗି ଯାଇଥିଲା, ଏବେ ହସ୍ପିଟାଲରେ ଥିବାରୁ ଧିରେ ଧିରେ ସୁସ୍ଥ ହେଉଛି ।

ଏତେ ଉଚ୍ଚତାରୁ ମାଟିରେ ପଡ଼ି ଜୋର୍ଡାନ ବର୍ତ୍ତିଗଲେ ସତ, ଏବେ ତାଙ୍କ ମେରୁଦଣ୍ଡ ଓ ବାମ ଗୋଡ଼ ସମ୍ପୂର୍ଣ୍ଣ ଠିକ୍ ହୋଇନାହିଁ । ୩ ମାସ ଧରି ହସ୍ପିଟାଲ ବେଡରେ ଥାଇ ମୃତ୍ୟୁ ସହ ଲଢ଼େଇ କରିଛନ୍ତି ଜୋର୍ଡାନ । ସତେ ଯେମିତି ତାଙ୍କୁ ଭଗବାନ ନୂଆ ଜୀବନ ଦେଇଛନ୍ତି ବୋଲି ତାଙ୍କୁ ଅମୁଭବ ହେଉଥିବା ସେ କୁହନ୍ତି । ଆଉ ସବୁଠାରୁ ବଡ଼କଥା ହେଲା, ମୃତ୍ୟୁ ଶଯ୍ୟାରେ ଥାଇ ବି ସେ କେବେ ଆତ୍ମବଳ ଭାଙ୍ଗି ନାହାନ୍ତି ବରଂ ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ସେ ପୁଣି ସ୍କାଏ ଡାଇଭିଂ କରିବେ, ଜଣେ ମହିଳା ହୋଇ ବି ସେ ତାଙ୍କ ମନୋବଳକୁ ମଜବୁତ କରି ଆକାଶରେ ପୁଣି ଉଡିବେ ବୋଲି ହସ୍ପିଟାଲ ବେଡରୁ ହସ ହସ ମୁହଁରେ କହିଛନ୍ତି ।