ଆଇସିୟୁରେ ମୋ ବାପା... ତୁମକୁ ହାତ ଯୋଡୁଛି, ଦୂରେଇ ଯାଅ । ବର୍ଷାଙ୍କୁ ଏମିତି ଲେଖିଲେ ଅନୁଭବ ।

Advertisment
ଆଇସିୟୁରେ ମୋ ବାପା... ତୁମକୁ ହାତ ଯୋଡୁଛି, ଦୂରେଇ ଯାଅ । ବର୍ଷାଙ୍କୁ ଏମିତି ଲେଖିଲେ ଅନୁଭବ ।

କନକ ବ୍ୟୁରୋ: କିଛି ଦିନର ନିରବତା ପରେ ପୁଣି ତେଜିଲା ଷ୍ଟାର କପଲ କଳି । ବର୍ଷା- ଅନୁଭବ ବୈବାହିକ ଜୀବନକୁ ନେଇ ଉଠିଥିବା ଝଡ କିଛି ଦିନ ଶାନ୍ତ ପଡିଥିବା ବେଳେ ଏବେ ପୁଣି ସେ ଝଡକୁ ବଳ ଦେଇଛି ଖୋଦ ଅନୁଭବଙ୍କ ଟୁଇଟ୍ । ଏଯାଏଁ ସ୍ୱାମୀ-ସ୍ତ୍ରୀଙ୍କ କଳିର କୌଣସି ସ୍ଥାୟୀ ସମାଧାନ ହୋଇନଥିବା ବେଳେ ସାଂସଦ ଅନୁଭବ ମହାନ୍ତି ବର୍ଷାଙ୍କୁ ଦୂରେଇ ଯିବାକୁ ହାତ ଯୋଡି ଅନୁରୋଧ କରିଛନ୍ତି ।

ଅନୁଭବ ଲେଖିଛନ୍ତି, ପିଲାଙ୍କ ଖୁସି ବାପାମାଆ ସବୁବେଳେ ଚାହାନ୍ତି । ଆମେ ଜାଣୁ କିଏ ଠିକ୍ ଏବଂ କିଏ ଭୁଲ । ମୋ ବାପାଙ୍କ ଦେହ ବହୁତ ଖରାପ, ସେ ଗୁରୁତର ଅବସ୍ଥାରେ ଆଇସିୟୁରେ ଅଛନ୍ତି । ତୁମକୁ ମୁଁ ହାତଯୋଡୁଛି, ଡେରି ନକରି ଶୀଘ୍ର ଦୂରେଇ ଯାଅ । ଆଉ ମୋ ବାପାମାଆଙ୍କୁ ଶାନ୍ତିରେ ଟିକେ ନିଶ୍ୱାସ ନେବାକୁ ଦିଅ । ମହାପ୍ରଭୁ ତୁମର ମଙ୍ଗଳ କରିବେ... ଟୁଇଟରରେ ବର୍ଷାଙ୍କୁ ଟ୍ୟାଗ୍ କରି ଅନୁଭବ ଏମିତି ଅନୁରୋଧ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe